ଯାଜପୁର:ଯାଜପୁର ବ୍ଳକ ଭୁବନେଶ୍ୱରପୁର ପଞ୍ଚାୟତରେ କଂଗ୍ରେସ ଓ ବିଜେପି ଦଳର ବହୁ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ସମାବେଶରେ ଏହି କର୍ମୀମାନେ ସାମିଲ ହୋଇଥିବାବେଳେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସେମାନଙ୍କୁ ସ୍ବାଗତ କରିଥିଲେ ।
ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିକାଶମୂଳକ କାର୍ଯ୍ୟରେ ଆକର୍ଷିତ ହୋଇ ବିରୋଧୀ କଂଗ୍ରେସ ଓ ବିଜେପି ଦଳର କର୍ମୀ ଓ ନେତା ଦଳ ଛାଡି ବିଜେଡିରେ ସାମିଲ ହେଉଛନ୍ତି । ଏଭଳି ମିଶ୍ରଣ ଫଳରେ ବିଜୁ ଜନତା ଦଳ ଅଧିକରୁ ଅଧିକ ସଶକ୍ତ ହେବ ବୋଲି ଯାଜପୁର ବିଧାୟକ ତଥା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମତ ରଖିଛନ୍ତି ।