ଓଡିଶା

odisha

ETV Bharat / state

ବ୍ୟାସନଗର ମୁଖ୍ୟରାସ୍ତାରେ ବିଶାଳ ମାନବ ଶୃଙ୍ଖଳ - ନାଗରିକତ୍ବ ବିଲ୍ ଘୋଷଣା

ଯାଜପୁର ବ୍ୟାସନଗର ସହରର ମୁଖ୍ୟରାସ୍ତାରେ ଅନୁଷ୍ଠିତ ହୋଇଛି ଏକ ବିଶାଳ ମାନବ ଶୃଙ୍ଖଳର କାର୍ଯ୍ୟକ୍ରମ। ଧର୍ମୀୟ ବିଭେଦତାରୁ ଦୂରରେ ରହି ରାଷ୍ଟ୍ରୀୟ ଏକତା ଓ ଜାତୀୟତା ବୋଧକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଏଭଳି ଏକ କାର୍ଯ୍ୟକ୍ରମ କରାଯାଇଛି। ଅଧିକ ଖବର ପଢନ୍ତୁ...

_human chain
ବ୍ୟାସନଗର ମୁଖ୍ୟରାସ୍ତାରେ ବିଶାଳ ମାନବ ଶୃଙ୍ଖଳର କାର୍ଯ୍ୟକ୍ରମ

By

Published : Jan 13, 2020, 3:03 PM IST

ଯାଜପୁର: ଭାରତବାସୀଙ୍କ ମଧ୍ୟରେ ରାଷ୍ଟ୍ରୀୟ ଭାତୃତ୍ବ ବଜାୟ ରଖିବା ଉଦ୍ଦେଶ୍ୟରେ ଯାଜପୁର ବ୍ୟାସନଗର ସହରର ମୁଖ୍ୟରାସ୍ତାରେ ଅନୁଷ୍ଠିତ ହୋଇଛି ଏକ ବିଶାଳ ମାନବ ଶୃଙ୍ଖଳର କାର୍ଯ୍ୟକ୍ରମ। କଳିଙ୍ଗନଗର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ହୋଇଯାଇଛି ଏଭଳି ଏକ କାର୍ଯ୍ୟକ୍ରମ ।

ହିନ୍ଦୁ, ମୁସଲିମ୍, ଶିଖ୍, ଇଶାଇ ସଭିଏଁ ଆମେ ଭାଇ ଭାଇ। ଧର୍ମୀୟ ବିଭେଦତାରୁ ଦୂରରେ ରହି ରାଷ୍ଟ୍ରୀୟ ଏକତା ଓ ଜାତୀୟତା ବୋଧକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଇନଷ୍ଟିଚ୍ୟୁଟର ମୁଖ୍ୟ ଆଲେକ୍ସଜ୍ୟାଣ୍ଡର ଦାସ କହିଛନ୍ତି ।

ବ୍ୟାସନଗର ମୁଖ୍ୟରାସ୍ତାରେ ବିଶାଳ ମାନବ ଶୃଙ୍ଖଳର କାର୍ଯ୍ୟକ୍ରମ

ସିଏଏ ତଥା ନାଗରିକତ୍ବ ବିଲ୍ ଘୋଷଣା ପରେ ସଂଖ୍ୟାଲଘୁଙ୍କ ନାଗରିକତ୍ବକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ଓ ବିରୋଧାଭାସ ଦେଖାଦେଇଛି। ହେଲେ ଏହାର ପ୍ରକୃତ କାର୍ଯ୍ୟକାରିତାକୁ ନେଇ ସମର୍ଥନ ଜଣାଇଛନ୍ତି କଳିଙ୍ଗନଗର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ପରିଚାଳନା ମୁଖ୍ୟ ଓ ଛାତ୍ରଛାତ୍ରୀ ଗଣ ।

ଏହା ଦ୍ବାରା କୌଣସି ଭାରତୀୟ ମୁସଲମାନଙ୍କର କୌଣସି ପ୍ରକାର ଅସୁବିଧା ବା କ୍ଷତି ହେବ ନାହିଁ ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ୍ର ମୁଖ୍ୟ ଶ୍ରୀ ଦାସ । ପଡୋଶୀ ଦେଶର ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ଦେଶରେ ସୁରକ୍ଷା ଦେବା ସହିତ ଅନୁପ୍ରବେଶକାରୀ ଓ ସନ୍ତ୍ରାସବାଦ କାର୍ଯ୍ୟକଳାପକୁ ରୋକିବା ପାଇଁ ଏହି ନିୟମର ଆବଶ୍ୟକତା ଥିବା ସେ କହିଛନ୍ତି ।


ଯାଜପୁର ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details