ଓଡିଶା

odisha

ETV Bharat / state

ବିପୁଳ ପରିମାଣର ସୁନା ଅଳଙ୍କାର ଜବତ, 3 ଗିରଫ - 3 ଜଣଙ୍କୁ ଗିରଫ କଲା ଯାଜପୁର ପୋଲିସ

ଯାଜପୁର ଜିଲ୍ଲା କୋରାଇ ଥାନା ପୂର୍ବକୋଟ ଅଞ୍ଚଳରେ ପୋଲିସ ଅତର୍କିତ ଚଢାଉ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ବିପୁଳ ପରିମାଣର ସୁନା ଅଳଙ୍କାର ଜବତ,  3 ଗିରଫ
ବିପୁଳ ପରିମାଣର ସୁନା ଅଳଙ୍କାର ଜବତ, 3 ଗିରଫ

By

Published : Nov 21, 2020, 8:48 PM IST

ଯାଜପୁର: ଜିଲ୍ଲାର କୋରାଇ ଥାନା ପୂର୍ବକୋଟ ଅଞ୍ଚଳରେ ପୋଲିସ ଅତର୍କିତ ଚଢାଉ କରି ବିପୁଳ ପରିମାଣର ସୁନା ଅଳଙ୍କାର ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁ୍କ୍ତଙ୍କ ଠାରୁ 223 ଗ୍ରାମ ସୁନା ଓ 1 କେଜି ରୂପା ଓ 3ଲକ୍ଷ 4 ହଜାର ନଗଦ ଟଙ୍କା, ଏଟିଏମ୍ କାର୍ଡ ଓ ମାରଣାସ୍ତ୍ର ଜବତ କରିଛି ପୋଲିସ । ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ରୋଡ୍ ଏସଡିପିଓ ଚିନ୍ମୟ କୁମାର ନାୟକ।

ବିପୁଳ ପରିମାଣର ସୁନା ଅଳଙ୍କାର ଜବତ, 3 ଜଣଙ୍କୁ ଗିରଫ

ସୂଚନା ମୁତାବକ ଗତ ୧୯ ତାରିଖ ଦିନ ଜିଲ୍ଲାରେ ଘଟିଥିବା ବିଭିନ୍ନ ଡକାୟତି ମାମଲାରେ ସମ୍ପୃକ୍ତି ଥିବା କିଛି ବ୍ୟକ୍ତିଙ୍କ ସମ୍ପର୍କରେ ସୁତ୍ରରୁ ଖବର ପାଇ ଚଢାଉ କରିଥିଲା କରେଇ ପୋଲିସ । ଯାଜପୁର ଏସ୍‌ପି ଚରଣସିଂ ମୀନାଙ୍କ ନିର୍ଦ୍ଦେଶରେ ଯାଜପୁର ରୋଡ ଏସ୍‌ଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ବରେ ୫ ଜଣିଆ ଅଫିସର ଟିମ ତେଲେଙ୍ଗା ବସ୍ତିରେ ଚଢାଉ କରି ୩ ଜଣକୁ ଗିରଫ କରି ଅଧିକ ଜେରା କରୁଛି ।

ଆଜି(ଶନିବାର) ଏହି ଘଟଣାର ଖୁଲାସା କରିଛି କୋରେଇ ପୋଲିସ । ପୋଲିସ ସୂଚନା ଅନୁସାରେ ମଙ୍ଗଳପୁର ସୁନା ଦୋକାନିକୁ ଆକ୍ରମଣ ଘଟଣାରେ ଏହି ଆସାମୀ ମାନଙ୍କ ପରୋକ୍ଷରେ ଏମାନଙ୍କ ସମ୍ପୃକ୍ତି ଅଛି । ଅଧିକ ତଦନ୍ତ ଚାଲିଥିବା ବେଳେ ଆସମୀ ତିନିଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details