ଓଡିଶା

odisha

ETV Bharat / state

ଆବାସ ବଣ୍ଟନ ଅନିୟମିତତାକୁ ନେଇ ବ୍ଲକ ସମ୍ମୁଖରେ ଧାରଣା - ଦଶରଥପୁର ବ୍ଲକ

ଯାଜପୁର ଜିଲ୍ଲାରେ ଆବାସ ବଣ୍ଟନ ଅନିୟମିତତାକୁ ନେଇ ପାଲଟପୁର ପଞ୍ଚାୟତରେ ଦଶରଥପୁର ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ଅଧିକ ପଢନ୍ତୁ...

ଆବାସ ବଣ୍ଟନ ଅନିୟମିତତାକୁ ନେଇ ବ୍ଲକ ସମ୍ମୁଖରେ ଧାରଣା
ଆବାସ ବଣ୍ଟନ ଅନିୟମିତତାକୁ ନେଇ ବ୍ଲକ ସମ୍ମୁଖରେ ଧାରଣା

By

Published : Jun 26, 2021, 7:16 AM IST

ଯାଜପୁର: ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ପାଲଟପୁର ପଞ୍ଚାୟତର ଅନେକ ଲୋକେ ସରକାରୀ ଆବାସ ବଣ୍ଟନ ଅନିୟମିତତାକୁ ନେଇ ବ୍ଲକ ସମ୍ମୁଖରେ ଧାରଣାରେ ଦେଇଥିଲେ। ଆବାସ ତାଲିକାରୁ ବାଦ ପଡିଥିବା ହିତାଧିକାରୀଙ୍କୁ BDOଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ କରାଯାଇ ସେମାନଙ୍କୁ ସାମିଲ କରାଯିବ ବୋଲି ଜିଲ୍ଲା ସଭାପତି ସରୋଜ କୁମାର ସାହୁ ପ୍ରତିଶୃତି ଦେଇଛନ୍ତି ।

ଆବାସ ବଣ୍ଟନ ଅନିୟମିତତାକୁ ନେଇ ବ୍ଲକ ସମ୍ମୁଖରେ ଧାରଣା

ପାଲଟପୁର ପଞ୍ଚାୟତର ବହୁତ ଲୋକେ ସରକାରୀ ଆବାସ ଯଥା ଇନ୍ଦିରା ଆବାସ, ମୋ କୁଡିଆ, ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ବାଦ ପଡିଛନ୍ତି । ଯାହାଫଳରେ ଶୁକ୍ରବାର ପାଲଟପୁର ପଞ୍ଚାୟତ ଆବାସ ତାଲିକାରୁ ବାଦ ପଡ଼ିଥିବା ହିତାଧିକାରୀ ଦଶରଥପୁର ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି । ପାଲଟପୁର ପଞ୍ଚାୟତରେ ରାଜନୈତିକ ଉଦ୍ଦେଶ୍ୟ ରଖି ପାତର ଅନ୍ତର କରାଯାଉଛି ବୋଲି ସାଧାରଣ ଲୋକେ ଦାବି କରିଛନ୍ତି । ସରକାରୀ ସହାୟତାଗୁଡିକୁ ଦଳୀୟ ହିସାବରେ ବଣ୍ଟନ କରାଯାଉଛି ବୋଲି ଅଭିଯୋଗ ହୋଇଛି ।

ଏହାଫଳରେ ଯୋଗ୍ୟ ହିତାଧିକାରୀମାନେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ବ୍ଲକର ଅଧ୍ୟକ୍ଷା ସୁଜାତା ସାହୁ ଏବଂ ଜିଲ୍ଲା ସଭାପତି ସରୋଜ କୁମାର ସାହୁ ଧାରଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିଥିଲେ । ତାଲିକାରୁ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ ପାଲଟପୁର ପଞ୍ଚାୟତରେ ତଦନ୍ତ କରି ଆବାସ ତାଲିକାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହାପରେ ବ୍ଲକ ସମ୍ମୁଖରେ ବସିଥିବା ପାଲଟପୁର ପଞ୍ଚାୟତବାସୀ ଧାରଣା ସ୍ଥଳରୁ ଓହରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details