ଯାଜପୁର:ଗତକାଲି(ଗୁରୁବାର) କଳିଙ୍ଗନଗର ଗସ୍ତରେ ବିଧାନସଭାର ଗୃହ କମିଟିର ସବ କମିଟି ଆସି ଜଳ ପ୍ରଦୂଷଣ ନେଇ ସମୀକ୍ଷା କରିଛନ୍ତି । ବିରୋଧୀ ଦଳର ଉପନେତା ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଏହି କମିଟି କଳିଙ୍ଗନଗର ଭିସା କାରଖାନା ଗସ୍ତ କରି ସେଠାରେ ଜଳ ପ୍ରଦୂଷଣ ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି ।
ସମସ୍ତ ସରକାରୀ ନିୟମକୁ ଖୋଲା ଖୋଲି ଉଲ୍ଲଙ୍ଘନ ହେଇଥିବା ବିରୋଧୀ ଦଳର ଉପନେତା ମୋହନ ମାଝୀ କହିଛନ୍ତି । ଏପରିକି ବର୍ଜ୍ୟବସ୍ତୁକୁ ଗଣ୍ଡା ନାଳରେ ଛାଡି ଦେଉଥିବା ମଧ୍ୟ ଅଭିଯୋଗ କରିଛି କମିଟି । ବିଭିନ୍ନ କଳକାରଖାନାରେ ସୃଷ୍ଟି ହେଉଥିବା ପ୍ରଦୂଷଣ ସ୍ଥିତିର ସମୀକ୍ଷା କରି ଏ ସଂକ୍ରାନ୍ତରେ ସମସ୍ତ ତଥ୍ୟ ବାଚସ୍ପତିଙ୍କ ନିକଟରେ ଦାଖଲ କରିବା ପାଇଁ କହିଥିଲେ ବିରୋଧୀ ଦଳର ଉପନେତା ମୋହନ ମାଝୀ । ଗୃହ କମିଟିର ଏହି ଗସ୍ତରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।