ଓଡିଶା

odisha

ETV Bharat / state

ଘା'ର ଯନ୍ତ୍ରଣାରେ ଛଟପଟ ଯୁବକ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ - financial assistance

ଘା' ଯନ୍ତ୍ରଣାରେ କଷ୍ଟ ପାଉଛନ୍ତି ଯୁବକ। ଦୀର୍ଘ ପ୍ରାୟ ୭ ମାସରୁ ଅଧିକ ହେବ ରୋଗ ଶଯ୍ୟାରେ କଲବଲ ହେଉଛନ୍ତି ଯୁବକ । ସରକାରୀ ସହାୟତା ଯୋଗାଇବାକୁ ଦାବି । ଅଧିକ ପଢନ୍ତୁ....

ଘା'ର ଯନ୍ତ୍ରଣାରେ ଛଟପଟ ଯୁବକ;ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଘା'ର ଯନ୍ତ୍ରଣାରେ ଛଟପଟ ଯୁବକ;ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

By

Published : Sep 12, 2021, 2:52 PM IST

ଯାଜପୁର:ଖଣ୍ତିଆ ବିଛଣାରେ ପଡିଛନ୍ତି ପ୍ରଭାତ । କାହିଁକି ନା ଶରୀରରେ ବ୍ୟାପିଛି ଏକ ଭୟଙ୍କର ଘା । ଯାଜପୁର ନୂଆପାଟଣା ଗାଁର ପ୍ରଭାତ । ଦୀର୍ଘ ୭ ମାସରୁ ଅଧିକ ସମୟ ହେବ ଏମିତି କଷ୍ଟ ଭୋଗୁଛନ୍ତି । ବିଛଣାରେ ପଡିରହି ହାତଗୋଡ ବି ଅଚଳ ହୋଇଗଲାଣି। ଚିକିତ୍ସା ପାଇଁ ପରିବାର ଲୋକେ ବି କଟକ ବଡ଼ ଡ଼ାକ୍ତରଖାନାକୁ ନେଇଛନ୍ତି ପରିବାର ଲୋକେ । ହେଲେ ଘା ଶୁଖିବା ନାଁ ନେଉନାହିଁ । ଯେଉଁ ବୟସରେ ସେ ପରିବାରର ଦୁଃଖ ବୁଝିବା କଥା ଏବେ ତାଙ୍କ ଦୁଃଖ ହିଁ ପରିବାର ପାଇଁ ବୋଝ ସାଜିଛି। ଭେଣ୍ତିଆ ପୁଅକୁ ରୋଗ ଶଯ୍ୟାରେ ଦେଖି ନିଇତି ଗୁମୁରି କାନ୍ଦୁଛି ମାଆ । ପୁଅର ପାଖେ ପାଖେ ରହି ସେବାରେ ଲାଗିଛନ୍ତି ମା କୋଇଲି । ରୋଜଗାରିଆ ପୁଅ ଏବେ ରୋଗାଗ୍ରସ୍ତ ହୋଇପଡିବାରୁ ପରିବାର ଚଳିବା ମଧ୍ୟ କଷ୍ଟକର ହୋଇପଡିଛି ।

ଘା'ର ଯନ୍ତ୍ରଣାରେ ଛଟପଟ ଯୁବକ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ପ୍ରଭାତଙ୍କ ଅଣ୍ଟା ତଳକୁ ଏକ ଛୋଟିଆ ଘା ଟିଏ ହୋଇଥିଲା। ଏହାର ଆକାର କ୍ରମଶଃ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। କେଉଁ କାରଣରୁ ଘା ବଢୁଛି ତାହା ଅବଶ୍ୟ ଜଣା ପଡୁନାହିଁ। ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପ୍ରଭାତଙ୍କ ବାପା କୃଷ୍ଣଚନ୍ଦ୍ର ଦିନ ମଜୁରିଆ। ଯେଉଁଠି ଦି ଓଳି ଦି ମୁଠା ଖାଇବା କଷ୍ଟ । ସେଠି ପୁଅର ଉତ୍ତମ ଚିକିତ୍ସା କଥା ଭାବିବେ କିପରି । ଯାହାକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପୁରା ପରିବାର । ସେପଟେ ଏହାର ତଦନ୍ତ କରି ସରକାରୀ ବ୍ୟବସ୍ଥା ଅନୁସାରେ ଯାହା ସହଯୋଗ କରିହେବ ତାହା ଯୋଗା ଯିବ ବୋଲି କହିଛନ୍ତି ବିଡଓ । ପ୍ରଭାତଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details