ଓଡିଶା

odisha

ETV Bharat / state

ଯାଜପୁରରେ ଲଗାଣ ବର୍ଷା ଜାରି, ବୈତରଣୀରେ ବନ୍ୟା ଆଶଙ୍କା - flood situation

ପୁନର୍ବାର ଗତ ଦୁଇ ଦିନ ଧରି ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା।

ଯାଜପୁରରେ ଲଗାଣ ବର୍ଷା ଜାରି, ବୈତରଣୀ ନଦୀରେ ବନ୍ୟା ଆଶଙ୍କା
ଯାଜପୁରରେ ଲଗାଣ ବର୍ଷା ଜାରି, ବୈତରଣୀ ନଦୀରେ ବନ୍ୟା ଆଶଙ୍କା

By

Published : Aug 26, 2020, 11:49 AM IST

Updated : Aug 26, 2020, 1:43 PM IST

ଯାଜପୁର: ପୁନର୍ବାର ଗତ ଦୁଇ ଦିନ ଧରି ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ଜଳ ପ୍ରବେଶ କରିଛି । ଏହି ଲଗାଣ ବର୍ଷା ପଡୋଶୀ କେନ୍ଦୁଝର ଜିଲ୍ଲାରେ ପ୍ରବଳତର ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ।

ଯାଜପୁରରେ ଲଗାଣ ବର୍ଷା ଜାରି, ବୈତରଣୀରେ ବନ୍ୟା ଆଶଙ୍କା

ଉପର ମୁଣ୍ଡରେ କେନ୍ଦୁଝର ଜିଲ୍ଲାରେ ଅଧିକ ବର୍ଷା ହେଲେ ଯାଜପୁର ଜିଲ୍ଲାରେ ପ୍ରବାହିତ ହେଉଥିବା ବୈତରଣୀ ନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି । ତେଣୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ପୂର୍ବ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ଓ ଘଳିଆର ମରାମତି ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି ।

ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଥିବାରୁ ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲା ସହିତ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

ଯାଜପୁରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

Last Updated : Aug 26, 2020, 1:43 PM IST

ABOUT THE AUTHOR

...view details