ଯାଜପୁର: ସକାଳୁ ସକାଳୁ ଜିଲ୍ଲାରେ ଅଦିନିଆ ବର୍ଷାର ତାଣ୍ଡବ । ଯାହାଦ୍ବାରା ଜନଜୀବନ ଅସ୍ତବ୍ୟସ୍ତ । ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଦେଖିବାକୁ ମିଳିଛି । ଗୁରୁବାର ସକାଳୁ ଘଡଘଡି ସହିତ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି ଜିଲ୍ଲାରେ।
ଯାଜପୁରରେ ଅଦିନିଆ ବର୍ଷା, ଅସ୍ତବ୍ୟସ୍ତ ଜନଜୀବନ - ଗୁରୁବାର ସକାଳେ ଯାଜପୁରରେ ପ୍ରବଳ ବର୍ଷା
ଗୁରୁବାର ସକାଳେ ଯାଜପୁରରେ ପ୍ରବଳ ବର୍ଷା । ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି। ବର୍ତ୍ତମାନ ଲୋକେ ବର୍ଷା ପାଇଁ ଘରୁ ବାହାରି ପାରୁନାହାଁନ୍ତି ।

ଯାଜପୁରରେ ଅଦିନିଆ ବର୍ଷା, ଅସ୍ତବ୍ୟସ୍ତ ଜନଜୀବନ
ଯାଜପୁରରେ ଅଦିନିଆ ବର୍ଷା, ଅସ୍ତବ୍ୟସ୍ତ ଜନଜୀବନ
ଏହାଦ୍ବାରା ସମଗ୍ର ଅଞ୍ଚଳରେ ବର୍ଷାଦିନର ଭ୍ରମ ସୃଷ୍ଟି କରିଛି । ସକାଳୁ ୬ଟାରୁ ବର୍ଷା ଆରମ୍ଭ ହେବା ଫଳରେ ଲୋକେ ମାର୍କେଟ, କଳକାରଖାନା, ଡ୍ୟୁଟି ଯିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଅଦିନିଆ ବର୍ଷା ହେବା ଫଳରେ ଗରମରୁ ଟିକେ ଆଶ୍ବସ୍ତି ପାଇଛନ୍ତି ସହରବାସୀ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ