ଯାଜପୁର:ଲଘୁଚାପ ଜନିତ ବର୍ଷାରେ ସାରା ଓଡିଶାରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଅଦିନିଆ ଲଗାଣ ବର୍ଷାରେ ଯୋଗୁଁ ଯାଜପୁର ଜିଲ୍ଲାର ୧୦ ଟି ବ୍ଳକ ଓ ଦୁଇଟି ପୌରପରିଷଦ ଜଳମଗ୍ନ ହୋଇଛି । ବିଶେଷ ଭାବରେ ବ୍ୟାସନଗର ସହରର ପ୍ରତ୍ୟେକ ୱାର୍ଡରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ବିଶେଷ କରି ତଳିଆ ଅଞ୍ଚଳର ଲୋକମାନେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ।
କିଛି ଲୋକଙ୍କ ଘର ଭାଙ୍ଗି ଯାଇଥିବାବେଳେ କେତେକ ଲୋକଙ୍କ ଜରିପାଲ ଦ୍ବାରା ନିର୍ମିତ ନୁଆଁଣିଆ ଘରେ ପାଣି ପଶିଯାଇଛି । ତେବେ ପୌରାଞ୍ଚଳର ଡ୍ରେନ ଗୁଡିକ ଠିକ ଭାବରେ ନିର୍ମାଣ ହୋଇନଥିବାରୁ ଲୋକଙ୍କ ଶୋଇବାଘର ଓ ରୋଷେଇ ଘରେ ମଧ୍ୟ ପାଣି ପଶିଯାଇଛି । ପୂର୍ବରୁ ଏ ସମ୍ପର୍କରେ ବାରମ୍ବାର ପୌର ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଯାହାଫଳରେ ଲୋକମାନେ ଆଜି (ସୋମବାର) ଲଗାଣ ବର୍ଷାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ।