ଯାଜପୁର: ଜିଲ୍ଲାର ବିଂଝାରପୁର କଲ୍ୟାଣପୁର ଗାଁର ଶୈଳେନ୍ଦ୍ର ନାରାୟଣ ରାଉତଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି ଥାଇଲାଣ୍ଡ ପିଜୁଳି । କୋରୋନା ଲକଡାଉନ ବଦଳାଇ ଦେଲା ରୋଜଗାରର ମାଧ୍ୟମ । ନିଜେ ଉଦ୍ୟାନ ସାଥୀ ହୋଇ ଦୈନିକ ପାରିଶ୍ରମିକରେ କାମ କରୁଥିବା ଯୁବକ ଏବେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ଥାଇଲାଣ୍ଡ ପିଜୁଳି ସାଜିଛି ତାଙ୍କ ରୋଜଗାରର ମାଧ୍ୟମ ।
ଶୈଳେନ୍ଦ୍ର କୋରୋନା ଲକ୍ଡାଉନ ସମୟରେ ଘରେ ସମୟ ଅପଚୟ କରୁଥିବାବେଳେ ଚାଷ କରିବା ପାଇଁ ମନ ବଳାଇଥିଲେ । ସେହି ସମୟରେ ପିଜୁଳି ଚାଷ କରି ଆର୍ଥିକ ସ୍ୱାବଲମ୍ବି ହୋଇପାରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।ବର୍ତ୍ତମାନ ବିଂଝାରପୁର ବ୍ଲକ କଲ୍ୟାଣପୁର ଗାଁର ଶୈଳେନ୍ଦ୍ର ଏବେ ଜଣେ ସପଂଳ ପିଜୁଳି ଚାଷୀ ଭାବେ ବେଶ ଜଣାଶୁଣା ହୋଇପାରିଛନ୍ତି । ଦେଶୀ ପିଜୁଳି ନୁହେଁ ବିଦେଶୀ ଥାଇଲାଣ୍ଡ ପିଜୁଳି ଚାଷ କରି ଭଲ ରୋଜଗାର କରିପାରୁଛନ୍ତି ।
ନିଜେ ରୋଜଗାର କରିବା ସହ କିଛିଜଣଙ୍କୁ ମଧ୍ୟ ନିଯୁକ୍ତି ଦେଇପାରିଛନ୍ତି । ଏହି ପିଜୁଳି ଏବେ ଭଲ ଅମଳ ହେଉଛି । ପିଜୁଳିର ଓଜନ ୧୦୦ ଗ୍ରାମରୁ ଆରମ୍ଭ କରି ୫୦୦ ଗ୍ରାମ ପର୍ଯ୍ୟନ୍ତ ରହିଛି । ଶୈଳେନ୍ଦ୍ରଙ୍କୁ ଏଭଳି ପିଜୁଳି ଚାଷରେ ପୁରା ପରିବାର ସହଯୋଗ କରୁଛନ୍ତି । ନିଜେ ଶୈଳେନ୍ଦ୍ର ଜଣେ ଉଦ୍ୟାନ ବିଭାଗର ସାଥୀ ଭାବେ କାର୍ଯ୍ୟ କରୁଛନ୍ତି । ସେଠାରୁ ବିଭିନ୍ନ ତାଲିମ ପାଇବା ପରେ ନିଜ ବାଡିରେ ଏଭଳି ବିଦେଶୀ ପିଜୁଳି ଫଳାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଆଦିବାସୀଙ୍କୁ ରୋଜଗାରର ବାଟ ଦେଖାଇଛି ମହୁଲ, ମିଳୁନି ଉଚିତ୍ ପ୍ରାପ୍ୟ