ଯାଜପୁର:ଅଭିଭାବକଙ୍କ ଦବଙ୍ଗଗିରି । ବିଦ୍ୟାଳୟରେ ଅଭାବନୀୟ ଘଟଣା, ବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କଲେ ଅଭିଭାବକ । କ୍ଲାସ ରୁମରେ ପଶି ଛାତ୍ରଛାତ୍ରୀଙ୍କୁ ବାଡିରେ ମାଡ ମାରିବା ସହ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ସମଲପୁର ଗ୍ରାମର କଲ୍ୟାଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ(Kalaynpur Primary school)ରେ । ନିଜ ପୁଅକୁ କେହି ସାଙ୍ଗସାଥି ଆକ୍ରମଣ କରିବା ଅଭିଯୋଗ ଆଣି ଅଭିମନ୍ୟୁ ଜେନା ନାମକ ଜଣେ ବ୍ୟକ୍ତି ବିଦ୍ୟାଳୟରେ ପଶି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଅଭିମନ୍ୟୁଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବା ସମୟରେ ଅଭିମନ୍ୟୁ ଜେନାଙ୍କ ପୁଅକୁ କେହି ସାଙ୍ଗସାଥି ମାଡ ମାରିଥିଲେ । ଏନେଇ ସେ ଖବର ପାଇବା ପରେ ବିଦ୍ୟାଳୟରେ ୧୧ଟା ସମୟରେ ଅଭିମନ୍ୟୁ ଓ ତାଙ୍କର ଜଣେ ସହଯୋଗୀ ପହଞ୍ଚି କ୍ଲାସରୁମରେ ବସିଥିବା ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିଲେ । ଏହାକୁ ନେଇ ବିଦ୍ୟାଳୟରେ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିମନ୍ୟୁକୁ ଅଟକ ରଖିଛି । ଅଭିମନ୍ୟୁର ସହଯୋଗୀ ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ-Cyclone Sitrang: ବାତ୍ୟା ପ୍ରସ୍ତୁତି ନେଇ ଆଜି ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ