ଓଡିଶା

odisha

ETV Bharat / state

ବ୍ୟାସନଗରରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ତତ୍ପର ସରକାର - ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଅଣ୍ଟା ଭିଡିଛନ୍ତି ସରକାର

ଯାଜପୁର ଜିଲ୍ଲା ବ୍ୟାସନଗର ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ଏନେଇ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ସମୀକ୍ଷା କରିଛନ୍ତି କୋରାଇ ବିଧାୟକ ଓ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ବ୍ୟାସନଗର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ତତ୍ପର ସରକାର
ବ୍ୟାସନଗର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ତତ୍ପର ସରକାର

By

Published : Jan 1, 2021, 5:10 PM IST

ଯାଜପୁର: ଜିଲ୍ଲାର ବ୍ୟାସନଗର ସହରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ଏନେଇ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ସମୀକ୍ଷା କରିଛନ୍ତି କୋରାଇ ବିଧାୟକ ଓ ଜିଲ୍ଲାପାଳ ।

ବ୍ୟାସନଗର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ତତ୍ପର ସରକାର

ସହରରେ ଥିବା ପର୍ଯ୍ୟଟନ ସ୍ଥଳୀ ବ୍ୟାସ ସରୋବର ପୀଠ, ନିର୍ମାଣାଧୀନ ସଂସ୍କୃତି ଭବନ ଓ ଟାଉନ ହଲ, ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା କମ୍ୟୁନିଟି ଶୌଚାଳୟ, ଛୋଟ ଛୋଟ ପାର୍କ, ବର୍ଯ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ଏବଂ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନିର୍ମାଣ ଚାଲିଥିବା ବିଭିନ୍ନ ପ୍ରକଳ୍ପକୁ ବିଧାୟକ ଓ ଜିଲ୍ଲାପାଳ ବୁଲି ଦେଖିବା ସହ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ।

ତେବେ ନିର୍ମାଣ ସରିଥିବା କେତେକ ପ୍ରକଳ୍ପର ଆଜି ସନ୍ଧ୍ୟାରେ ଉଦଘାଟନ ହେବାକୁ ଥିଲାବେଳେ ଖୁବ୍ ଶୀଘ୍ର ଅନ୍ୟ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details