ଯାଜପୁର : ଓଡ଼ିଶାର କଳା ଓ ସଂସ୍କୃତି ଯେତିକି ସମୃଦ୍ଧ, ତାର ଭାଷା ସେତିକି ରୁଦ୍ଧିମନ୍ତ। ଏହି ଭାଷା ସହିତ ଅନ୍ୟଭାଷର ଶବ୍ଦକୁ ଯୋଡ଼ାଗଲେ ଏହା ଅଧିକ ଲୋକପ୍ରିୟ ହୋଇପାରିବ ବୋଲି କହିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଯାଜପୁରର ବ୍ୟାସନଗର ଠାରେ ଆୟୋଜିତ ଏକ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟପାଳ ।
ସାହିତ୍ୟ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ - ସାହିତ୍ୟ ସଭା
ଯାଜପୁରରେ ରାଜ୍ୟପାଳ ଗଣେଶୀ ଲାଲ । ଏଠାକାର ବ୍ୟାସନଗରରେ ଅନୁଷ୍ଠିତ ଏକ ସାହିତ୍ୟ ସଭାରେ ଯୋଗ ଦେଇଛନ୍ତି । ଏଥିରେ ସ୍ଥାନୀୟ ଜିଲ୍ଲାପାଳ ଏବଂ ସାହିତ୍ୟିକ ମଧ୍ୟ ସାମିଲ ହୋଇଥିଲେ ।
ଫଟୋ ସୌଜନ୍ୟ : ସମ୍ବାଦଦାତା,ଯାଜପୁର
ଏହି ଉତ୍ସବରେ କୋରେଇ ବିଧାୟକ ଅଶୋକ ବଳ, ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗଦେଇ ଓଡ଼ିଆ ସାହିତ୍ୟର ବିକାଶ କ୍ଷେତ୍ରରେ ଆଲୋଚନା କରିଥିଲେ । ଏହାସହ ଜିଲ୍ଲାର ବହୁ ସାହିତ୍ୟିକ ,କବି ଓ ବୁଦ୍ଧିଜୀବି ମଧ୍ୟ ଯୋଗଦେଇଥିଲେ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ