ଓଡିଶା

odisha

ETV Bharat / state

ପାଞ୍ଚଟି ପ୍ରଶ୍ନ ନେତାଙ୍କୁ: ଯାଜପୁର ବିଜେପି ପ୍ରାର୍ଥୀ ଗୌତମ ରାୟ - programme

ନିର୍ବାଚନରେ ବିଜୟୀ ହେଲେ କ’ଣ ରହିବ ପ୍ରାଥମିକତା? କେଉଁସବୁ ଦିଗ ଉପରେ ଦେବେ ଗୁରୁତ୍ବ ? ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ଜବାବ ରଖିଛନ୍ତି ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ଲୋକସଭା ପ୍ରାର୍ଥୀ ଗୌତମ ରାୟ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Apr 10, 2019, 12:58 PM IST

ଯାଜପୁର: ରାଜ୍ୟ ବିଧାନସଭାର 52 ନମ୍ବର ନିର୍ବାଚନ ମଣ୍ଡଳୀ ଯାଜପୁର। ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ନିର୍ବାଚନ ମଣ୍ଡଳୀ। ଚଳିତ ନିର୍ବାଚନରେ ବିଜେପିରୁ ଏହି ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ଗୌତମ ରାୟ । ଏଥର ଜନତା ତାଙ୍କ ସପକ୍ଷରେ ଥିବା ଦାବି କରିଛନ୍ତି ଗୌତମ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ତାଙ୍କ କହିବା କଥା ହେଲା, ଜିଲ୍ଲାରେ ହୋଇଥିବା ଡାଲି,ବାଲି ଓ ଖଣି ଦୁର୍ନିତିରେ ଶାସକ ଦଳର ବିଧାୟକଙ୍କ ସମ୍ପୃକ୍ତି ରହିଛି । ସରକାରଙ୍କ ହଜାର ହଜାର ଟଙ୍କାର ରାଜସ୍ବ ଏମାନେ କ୍ଷତି କରିଥିବା ସେ ଅଭିଯୋଗ କରିଛନ୍ତି । ଯାଜପୁରରେ ସ୍କୁଲ ଅଛି ଶିକ୍ଷକ ନାହାନ୍ତି । ଡାକ୍ତରଖାନା ଅଛି, ଡାକ୍ତର ନାହାଁନ୍ତି । 14ଟି କାଳକରଖାନା ଅଛି, ହେଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନି । ରାଜ୍ୟରେ 19ବର୍ଷ ହେଲା ବିଜେଡି ସରକାରରେ ଥିଲେବି ଯାଜପୁରରେ କୌଣସି ବିକାଶ ହୋଇ ନାହିଁ । ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ସରକାରୀ ଅଫିସରଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ ରାଜନେତାମାନେ ସରକାରୀ ଯୋଜନାକୁ ହରିଲୁଟ କରିଥିବା ସେ କହିଛନ୍ତି । ଯେଉଁଥିପାଇଁ ଜନତା ଏଥର ବିଜେଡି ନୁହେଁ ବିଜେପିକୁ ଭୋଟ ଦେବେ ବୋଲି କହିଛନ୍ତି ଗୌତମ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details