ଓଡିଶା

odisha

ETV Bharat / state

ବାଇକ୍‌ରେ ଆସି ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ - ଯାଜପୁର ଲୁଟ ନ୍ୟୁଜ

ଯାଜପୁର ଥାନା ବାମଦେବପୁର ଅଞ୍ଚଳର ପୁଷ୍ପାରାଣୀ ସ୍ବାଇଁଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ । ବାଇକରେ ଆସି ପଛପଟୁ ତାଙ୍କ ବେକରୁ ସୁନା ଚେନ ଲୁଟିନେଇ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ପୁଷ୍ପାରାଣୀ ।

gold chain

By

Published : Oct 20, 2019, 8:13 PM IST

ଯାଜପୁର: ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ । ଯାଜପୁର ଗରିଆପୁର ପ୍ରାଥମିକ ସ୍କୁଲ ନିକଟରୁ ମହିଳାଙ୍କ ବେକରୁ ସୁନାଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଲୁଟେରା
ଲୁଟ୍‌ ଶିକାର ହୋଇଥିବା ମହିଳା ଜଣକ ହେଲେ ଯାଜପୁର ଥାନା ବାମଦେବପୁର ଅଞ୍ଚଳର ପୁଷ୍ପାରାଣୀ ସ୍ବାଇଁ ।

ପୁଷ୍ପାରାଣୀ ତାଙ୍କ ଝିଆରୀଙ୍କ ସହିତ ମାର୍କେଟିଂ କରିବାକୁ ଆସିଥିବା ସମୟରେ ଗରିଆପୁର ନିକଟରେ ଲୁଟ୍‌ର ଶିକାର ହୋଇଥିଲେ । ଦୁର୍ବୁତ୍ତମାନେ ବାଇକରେ ଆସି ପଛପଟୁ ତାଙ୍କ ବେକରୁ ସୁନା ଚେନ ଲୁଟିନେଇ ଫେରାର ହୋଇଯାଇଥିଲେ ।

ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଁ ଲୁଟେରା ମାନଙ୍କର କୌଣସି ପତ୍ତା ମିଳିନାହଁ । ଘଟଣା ସମ୍ପର୍କରେ ପୁଷ୍ପାରାଣୀ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ।


ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details