ଯାଜପୁର: ବଡ ସହରଠାରୁ ଆରମ୍ଭ କରି ଛୋଟ ସହରରେ ଚାଲିଛି ଲୁଟପାଟ । ଯାଜପୁର ଜିଲ୍ଲାର କଳିଙ୍ଗନଗର ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ଲୋକଙ୍କଠାରୁ ସୁନାଚେନ ଲୁଟି ଆତଙ୍କ ସୃଷ୍ଟି କରୁଥିଲେ ଲୁଟେରା । ତେବେ ଏହି ଲୁଟେରାଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି ।
ଧରାପଡିଲେ ସୁନାଚେନ ଲୁଟେରା ଗ୍ୟାଙ୍ଗ - jajpur
ଯାଜପୁର ଜିଲ୍ଲାର କଳିଙ୍ଗନଗର ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ଲୋକଙ୍କଠାରୁ ସୁନାଚେନ ଲୁଟି ଆତଙ୍କ ସୃଷ୍ଟି କରୁଥିବା ୩ଜଣ ଲୁଟେରାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କଠାରୁ ଗୋଟିଏ ଚେନ, ଗୋଟିଏ ଅଧାଛିଣ୍ଡା ଚେନ ଓ ନମ୍ବର ବିହିନ ୨ଟି ବାଇକ ପୋଲିସ ଜବତ କରିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
ଲୋକଙ୍କଠାରୁ ସୁନାଚେନ ଲୁଟି ଆତଙ୍କ ସୃଷ୍ଟି କରିଥିବା ୩ଜଣ ଲୁଟେରାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କଳିଙ୍ଗ ନଗର ଅଞ୍ଚଳରେ ଏମାନେ ବିଭିନ୍ନ ସ୍ଥାନରେ ବୁଲି ବୁଲି ଲୁଟ କରୁଥିଲେ । ଏହି ଲୁଟେରାମାନେ ହେଲେ ସୁକିନ୍ଦାଥାନ ଅନ୍ତର୍ଗତ ଦଲକି ଗ୍ରାମର ଇନ୍ଦ୍ରମଣି ମହନ୍ତ, ଯାଜପୁର ରୋଡଥାନା ଅନ୍ତର୍ଗତ ମାନପୁର ଗ୍ରାମର ନିଲୁ ପାତ୍ର ଓ ଲୁଟ ସୁନା କିଣିଥିବା ଦୋକାନୀ ଯାଜପୁରର ଶ୍ରୀଧର ପୃଷ୍ଟି । ସେମାନଙ୍କଠାରୁ ଗୋଟିଏ ଚେନ, ଗୋଟିଏ ଅଧାଛିଣ୍ଡା ଚେନ ଓ ନମ୍ବର ବିହିନ ୨ଟି ବାଇକ ପୋଲିସ ଜବତ କରିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ