ଓଡିଶା

odisha

ETV Bharat / state

ଶିଶୁକନ୍ୟା ବିକ୍ରି ଘଟଣା, ଝିଅକୁ ନେବା ପାଇଁ ଦାବି କଲେ ମାଆ

ଯାଜପୁର ଜିଲ୍ଲାରେ ବିକ୍ରି ହୋଇଥିବା ଶିଶୁକନ୍ୟାକୁ ଉଦ୍ଧାର ପରେ ତାକୁ ନେବା ପାଇଁ ଦାବି କରିଛନ୍ତି ଶିଶୁର ମାଆ । ଅଧିକ ପଢନ୍ତୁ...

By

Published : Jun 18, 2021, 7:08 PM IST

ଶିଶୁ କନ୍ୟା ବିକ୍ରି ଘଟଣା, କନ୍ୟାକୁ ନେବା ପାଇଁ ଦାବି କଲେ ମାଆ
ଶିଶୁ କନ୍ୟା ବିକ୍ରି ଘଟଣା, କନ୍ୟାକୁ ନେବା ପାଇଁ ଦାବି କଲେ ମାଆ

ଯାଜପୁର:ବିଞ୍ଝାରପୁର ଥାନା ପନ୍ତେପୁର ମଲିଆ ଗାଁରେ ଶିଶୁକନ୍ୟା ବିକ୍ରି ଅଭିଯୋଗ ହୋଇଥିଲା । ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରି ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରିଥିଲା । ଏବେ ସେହି ଶିଶୁ କନ୍ୟାକୁ ନେବା ପାଇଁ ଶିଶୁ ମଙ୍ଗଳ ସମିତି ନିକଟରେ ଦାବି କରିଛନ୍ତି ଶିଶୁର ମାଆ ।

ଶିଶୁ କନ୍ୟା ବିକ୍ରି ଘଟଣା, କନ୍ୟାକୁ ନେବା ପାଇଁ ଦାବି କଲେ ମାଆ

ସୂଚନା ମୁତବାକ ମଲିଆ ଗ୍ରାମର ରମେଶ ବାରିକ ନିଜର ଧାରକରଜ ଶୁଝି ନ ପାରି ସୟଦପୁର ଅଂଚଳରେ ଶିଶୁ କନ୍ୟାକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ରମେଶଙ୍କ ବାପା ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଶିଶୁ କନ୍ୟାକୁ ଉଦ୍ଧାର କରିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରିଥିଲା ।

ଶିଶୁ ସୁରକ୍ଷା ୟୁନିଟ୍ ଶିଶୁ ମଙ୍ଗଳ ସମିତିରେ ହାଜର କରିବା ପରେ ସ୍ବତନ୍ତ୍ର ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖାଯାଇଛି । ଏବେ ସେହି ଶିଶୁ କନ୍ୟାକୁ ନେବା ପାଇଁ ନିବେଦନ କରିଛନ୍ତି ଶିଶୁ କନ୍ୟାର ମାଆ । କିନ୍ତୁ ସମିତି ପକ୍ଷରୁ ସ୍ଥାନୀୟ ଥାନାକୁ ଅବଗତ କରିବା ପରେ ପଦକ୍ଷେପ ନେବାକୁ କୁହାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details