ଯାଜପୁର :ବଡଚଣା ବ୍ଲକ ଧାନମଣ୍ଡଳ ଠାରେ GIET କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା l ଆତ୍ମହତ୍ୟା ପୂର୍ବରୁ ଛାଡ଼ିଗଲେ ସୁସାଇଡ ନୋଟ । ଦ୍ଵିତୀୟ ବର୍ଷ ଛାତ୍ରୀ ସ୍ମୃତିଶ୍ରୀ ଦାସଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବାରୁ ସେ ଆତ୍ମହତ୍ୟା କରିଥିବା ସୁସାଇଡ ନୋଟରେ ଦର୍ଶାଇଛନ୍ତି । କଲେଜର ଶଶିକାନ୍ତ ସାର,ରାଜଲକ୍ଷ୍ମୀ ସାହୁ, କୈଶଲ୍ୟା ସାହୁ, ଶୁଭଶ୍ରୀ ମୁଦୁଲି ସାର, ନିର୍ମଳା ସାହୁ ମିଶି କରି ସବୁବେଳେ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ସ୍ମୃତିଶ୍ରୀ ସୁସାଇଡ ନୋଟରେ ଲେଖିଥିଲେ । ଏମାନେ କାହିଁକି ମାନସିକ ନିର୍ଯାତନା ଦେଉଥିଲେ । କେଉଁଥି ପାଇଁ ଓ କି ପ୍ରକାର ନିର୍ଯାତନା ଦେଉଥିଲେ । ଯାହାଫଳରେ ଛାତ୍ରୀଟି ଆତ୍ମହତ୍ୟା କରିଥିଲା l ତେବେ ସେ ନିଜେ ଆତ୍ମହତ୍ୟା କରିଥିଲା ନା ତାଙ୍କୁ ବାଧ୍ୟ କରାଯାଇଥିଲା ଏନେଇ ଏବେ ପ୍ରଶ୍ନ ଉଠିଛି ।
GIET ଦ୍ଵିତୀୟ ବର୍ଷ ଛାତ୍ରୀ ଆତ୍ମହତ୍ୟା ଘଟଣା: ସ୍ମୃତିଶ୍ରୀଙ୍କୁ ହତ୍ୟା ଅଭିଯୋଗ - GIET କଲେଜ ଦ୍ଵିତୀୟ ବର୍ଷର ଛାତ୍ରୀଙ୍କ ଆତ୍ମହତ୍ୟା
ବଡଚଣା ବ୍ଲକ ଧାନମଣ୍ଡଳ ଠାରେ GIET କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା l ଆତ୍ମହତ୍ୟା ପୂର୍ବରୁ ଛାଡ଼ିଗଲେ ସୁସାଇଡ ନୋଟ । ସ୍ମୃତିଶ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ...
ଧାନମଣ୍ଡଳ ଠାରେ ଥିବା GIET କଲେଜ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କର ବୋଲି କହିଛନ୍ତି ମୃତା ଛାତ୍ରୀଙ୍କ ପରିବାର ଲୋକ । ଏନେଇ ଛାତ୍ରୀଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ ବଡଚଣା ଥାନାରେ ଅଭିଯୋଗ ହୋଇଛି l ସେପଟେ ଛାତ୍ରୀଙ୍କ ମୃତ୍ୟୁକୁ ଆଜକୁ ଚାରିଦିନ ହୋଇଥିଲେ ମଧ୍ୟ ପୋଲିସର କୌଣସି ପଦକ୍ଷେପ ନେଇନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି l ପ୍ରଭାବଶାଳୀ ବ୍ୟକ୍ତିଙ୍କ କଲେଜ ବୋଲି ପୋଲିସ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁନି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଛାତ୍ରୀଙ୍କୁ ହତ୍ୟା କରାଯାଇଛି ବୋଲି ସ୍ଥାନୀୟ ଲୋକେ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଇଛନ୍ତି ପରିବାର ଲୋକେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ