ଯାଜପୁର: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ। ଏହି ଅବସରରେ ଯାଜପୁର ବାଳିକା ବିଦ୍ୟାଳୟ ପରିସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।
ଗାନ୍ଧିବାଦୀ ନେତା ନିସିଥ କୁମାର ଦାସଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ସ୍ମୃତିରେଖା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀ ସବୁ ବେଳେ କୁଷ୍ଠ ମୁକ୍ତ ଭାରତର ସ୍ବପ୍ନ ଦେଖିଥିଲେ ବୋଲି ମତ ଦେଇଥିଲେ।