ଓଡିଶା

odisha

By

Published : May 12, 2021, 2:21 PM IST

ETV Bharat / state

ଜିଏସଟି କାଗଜପତ୍ର ନ ଦେଇ ୮୬୪୦୦ ଟଙ୍କା ଜୋରିମାନା ଗଣିଲା ଫର୍ଣ୍ଣିଚର ଟ୍ରକ

ଯାଜପୁର ଜିଲ୍ଲା ବରୁଣ୍ଡେଇ ନିକଟରେ ଏକ ଫର୍ଣ୍ଣିଚର ବୋଝେଇ ଟ୍ରକ ଉପରେ ଚଢାଉ କରିଛି ଜିଏସଟି ଏନଫୋର୍ସମେଣ୍ଟ । ଚାଳକଠାରୁ ୮୬୪୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି । ଅଧିକ ପଢନ୍ତୁ...

୮୬୪୦୦ ଟଙ୍କା ଜରିମାନା
୮୬୪୦୦ ଟଙ୍କା ଜରିମାନା

ଯାଜପୁର: ଜିଏସଟି ଏନଫୋର୍ସମେଣ୍ଟ ପକ୍ଷରୁ ଚଢାଉ । ଯାଜପୁର ଜିଲ୍ଲା ବରୁଣେଇ ନିକଟରେ ଏକ ଫର୍ଣ୍ଣିଚର ବୋଝେଇ ଟ୍ରକ ଉପରେ ଚଢାଉ କରିଛି ଜିଏସଟି ଏନଫୋର୍ସମେଣ୍ଟ । ଚାଳକଠାରୁ ୮୬୪୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି ।

୮୬୪୦୦ ଟଙ୍କା ଜରିମାନା

ସୂଚନାଅନୁସାରେ, ଆଜି (ବୁଧବାର) ସକାଳୁ କୋଲକାତାରୁ ଏକ ଟ୍ରକ ଯୋଗେ ଫର୍ଣ୍ଣିଚର ଆସୁଥିଲା । ଯାହାର ଜିଏସଟି କାଗଜପତ୍ର ଠିକ ନଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ଜିଏସଟି ଏନଫୋର୍ସମେଣ୍ଟ । ଖବରକୁ ଆଧାର କରି ଜିଏସଟି ଏନଫୋର୍ସମେଣ୍ଟ ବିଭଗର ଡେପୁଟି କମିଶନର ଲିଙ୍ଗରାଜ ପ୍ରଧାନ ତାଙ୍କ ଟିମ ସହିତ ବରୁଣ୍ଡେଇ ନିକଟରେ ଗାଡି ଉପରେ ଚଢାଉ କରିଥିଲା ।

ଫର୍ଣ୍ଣିଚରର ଜିଏସଟି କାଗଜ ପତ୍ର ଡ୍ରାଇଭରକୁ ମାଗିଥିଲେ କମିଶନର । ମାତ୍ର ଚାଳକ ସଠିକ କାଗଜପତ୍ର ଦେଖାଇ ପାରି ନ ଥିଲେ । ବିଭାଗୀୟ ଅଧିକାରୀମାନେ ଗାଡି ଚାଳଙ୍କଠାରୁ ୮୬୪୦୦ ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ଦେଇଛନ୍ତି ଡେପୁଟି କମିଶନର ଲିଙ୍ଗରାଜ ପ୍ରଧାନ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details