ଓଡିଶା

odisha

ETV Bharat / state

Nanda Sir Demise: କାନ୍ଦୁଛି କନ୍ତିଆ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର - ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ନନ୍ଦ ସାର୍‌ଙ୍କ ଶେଷକୃତ୍ୟ

ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ଆଜି (ମଙ୍ଗଳବାର) ୧୦୪ ବର୍ଷ ବୟସରେ ଦେହାନ୍ତ ହୋଇଛି । ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ବାରୁଣୀ ମହାଶ୍ମଶାନରେ ହେବ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଅନ୍ତିମ ସଂସ୍କାର । ଅଧିକ ପଢ଼ନ୍ତୁ

Nanda Sir Demise: କାନ୍ଦୁଛି କନ୍ତିଆ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ଅନ୍ତିମ ସଂସ୍କାର
Nanda Sir Demise: କାନ୍ଦୁଛି କନ୍ତିଆ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ଅନ୍ତିମ ସଂସ୍କାର

By

Published : Dec 7, 2021, 8:05 PM IST

Updated : Dec 7, 2021, 11:00 PM IST

ଯାଜପୁର: ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ଆଜି (ମଙ୍ଗଳବାର) ୧୦୪ ବର୍ଷ ବୟସରେ ଦେହାନ୍ତ ହୋଇଛି । ଏହି ଖବର ପରେ ନନ୍ଦ ସାରଙ୍କ ଗ୍ରାମ କନ୍ତିଆରେ ଶୋକର ଛାୟା ଖେଳି ଯାଇଛି । ଗ୍ରାମବାସୀ ନନ୍ଦ ସାର୍‌ଙ୍କ କଥା ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି । ନନ୍ଦ ସାର୍‌ଙ୍କ କୁନିକୁନି ଛାତ୍ରଛାତ୍ରୀ ତାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି । ହେଲେ ଏହି ଅବୋଧ ଶିଶୁମାନେ ନନ୍ଦ ସାର୍‌ ଆଉ ଫେରିବେନି ବୋଲି ବିଶ୍ବାସ କରି ପାରୁନାହାନ୍ତି ।

Nanda Sir Demise: କାନ୍ଦୁଛି କନ୍ତିଆ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର

ଏହା ବି ପଢ଼ନ୍ତୁଗଛତଳେ ଗଢୁଥିଲେ ଭବିଷ୍ୟତ, ଶିକ୍ଷା ମନ୍ଦିରର ବିଶ୍ବକର୍ମାଙ୍କୁ ଶତ ଶତ ପ୍ରଣାମ

ଯାଜପୁରକୁ ଫେରିବ ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ପାର୍ଥୀବ ଶରୀର । ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ବାରୁଣୀ ମହାଶ୍ମଶାନରେ ହେବ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଅନ୍ତିମ ସଂସ୍କାର । କୋଭିଡ କଟକଣାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସାର୍‌ଙ୍କ ଅନ୍ତିମ ସଂସ୍କାର ହେବ । ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ।

Nanda Sir Demise: କାନ୍ଦୁଛି କନ୍ତିଆ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ଅନ୍ତିମ ସଂସ୍କାର

ନଭେମ୍ବର ୨୯ ତାରିଖରେ ସେ କୋରୋନାରେ ଆକ୍ରାନ୍ତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ନହେବାରୁ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ନସିଂହୋମକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆଜି ତାଙ୍କର ପରୋଲୋକ ହୋଇଛି ।

Nanda Sir Demise: କାନ୍ଦୁଛି କନ୍ତିଆ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ଅନ୍ତିମ ସଂସ୍କାର

ନଭେମ୍ବର ୯ ତାରିଖରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ନନ୍ଦ ସାର୍‌ଙ୍କ ବିୟୋଗରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି। ତା ସହିତ ଜିଲ୍ଲାର ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନ ପକ୍ଷରୁ ନନ୍ଦ ସାର ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେପଟେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାର ସମେତ ଜନ୍ମମାଟିରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହେଇଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Dec 7, 2021, 11:00 PM IST

ABOUT THE AUTHOR

...view details