ଓଡିଶା

odisha

ETV Bharat / state

ଶତାୟୁ ସଂଗ୍ରାମୀଙ୍କ ମୁହଁରୁ, ‘କର ବା ମର’ର ସେଇ ଅଭୁଲା ମୁହୂର୍ତ୍ତ - କଳାମାଟିଆ

ଇଂରେଜଙ୍କ କବଳରୁ ଦେଶକୁ ସ୍ବାଧୀନ କରିବା ପାଇଁ ସ୍ବାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେବାକୁ ତିଳେ ହେଲେ କୁଣ୍ଠା କରିନଥିଲେ କୋଟି କୋଟି ସାହାସୀ ସଂଗ୍ରାମୀ । ଏମିତିକି ଯୁଦ୍ଧ ପାଇଁ ପଛଘୁଞ୍ଚା ଦେଇନଥିଲା ଯାଜପୁର ଜିଲ୍ଲା ବରୀ ବ୍ଲକର କଳାମାଟିଆ । ସ୍ବାଧୀନତା ସଂଗ୍ରାମର ବହ୍ନିରେ ଝାସ ଦେଇଥିବା ସଂଗ୍ରାମୀଙ୍କ ମଧ୍ୟରୁ ଜୀବିତ ଅଛନ୍ତି ଏକମାତ୍ର ସଂଗ୍ରାମୀ ଅନନ୍ତ ଚରଣ ଧଳ । ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା ଅଭୁଲା ମୁହୂର୍ତ୍ତର ଲୋମଟାଙ୍କୁରା କଥା...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Aug 14, 2019, 12:13 PM IST

Updated : Aug 14, 2019, 4:05 PM IST

ଯାଜପୁର: ମହାତ୍ମା ଗାନ୍ଧୀଙ୍କ ସେହି ଗୋଟିଏ ଡାକରା । ଚିହିକି ଉଠିଥିଲା ସମଗ୍ର ଦେଶ । ନିଜ ଜୀବନକୁ ଝାସ ଦେବାକୁ ତିଳେ ହେଲେ କୁଣ୍ଠା କରିନଥିଲେ କୋଟି କୋଟି ସାହାସୀ ସଂଗ୍ରାମୀ । ଆଉ ଏହି ଯୁଦ୍ଧ ପାଇଁ ପଛଘୁଞ୍ଚା ଦେଇନଥିଲା ଯାଜପୁର ଜିଲ୍ଲା ବରୀ ବ୍ଲକର କଳାମାଟିଆ । ନିଜ ଲୁହ ଓ ଲହୁ ଦେଇ ଦେଶକୁ ଆଜାଦ୍‌ କରିବାକୁ ଆଗେଇ ଆସିଥିଲେ ଏଇ ମାଟିର ବୀର ପୁଅ । l ତେବେ ସ୍ବାଧୀନତା ସଂଗ୍ରାମର ବହ୍ନିରେ ଝାସ ଦେଇଥିବା ସଂଗ୍ରାମୀଙ୍କ ମଧ୍ୟରୁ ଜୀବିତ ଅଛନ୍ତି ଏକମାତ୍ର ସଂଗ୍ରାମୀ ଅନନ୍ତ ଚରଣ ଧଳ । ୧୦୭ ବର୍ଷ ବୟସରେ ବି ସେ ଶକ୍ତ ଓ ସୁଦୃଢ । ଥୁରୁଥୁରୁ ପାଟିରେ ପ୍ରାଞ୍ଜଳ ଭାବେ ବଖାଣୁଛନ୍ତି ସେଦିନର ପୂରା ଘଟଣା..

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

କିଭଳି ଗୋରା ମାନଙ୍କୁ ଦେଶରୁ ହଟାଇବାକୁ ପ୍ରସ୍ତୁତ ହୋଇଥିଲା ରଣନୀତି । ଗାନ୍ଧୀଙ୍କ କର ଅବା ମର ଡ଼ାକରାରେ ସେଦିନ ହଜାର ହଜାର ସଂଗ୍ରାମୀ ବ୍ରିଟିଶ ସରକାରଙ୍କ ବିରୋଧରେ ଆନ୍ଦୋଳନ କରି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ବରୀ ବ୍ଲକ କଳାମାଟିଆ ଠାରେ ବ୍ରିଟିଶଙ୍କ ପୋଷାକକୁ ଓହ୍ଲାଇ ଦେଇ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ ।

ତେବେ ସ୍ଵାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବଳିଦାନକୁ ମନେ ରଖିବା ପାଇଁ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯାଇଥିବା ସ୍ମୃତି ପୀଠ ଗୁଡିକ ଆଜିବି ଅବହେଳିତ ଅବସ୍ଥାରେ ।

ସେପଟେ ସ୍ବାଧୀନତା ସଂଗ୍ରାମରେ ଦେଶ ପାଇଁ ଲଢେଇ କରିଥିବା ସ୍ଵାଧୀନତା ସଂଗ୍ରାମୀଙ୍କୁ ସରକାର ଯେଉଁଭଳି ସୁବିଧା ସୁଯୋଗ ଦେବା କଥା ସେଭଳି ଦେଉନଥିବା ଅଭିଯୋଗ କରିଛନ୍ତି ସ୍ଵାଧୀନତା ସଂଗ୍ରାମୀ ଅନନ୍ତ ଦଳଙ୍କ ପୁଅ । ୧୯୪୨ ମସିହା ଅଗଷ୍ଟ ମାସ । ବ୍ରିଟିସ ଫୌଜ ସହ ମୁହାଁମୁହଁ ହୋଇ ନିଜ ପ୍ରାଣକୁ ଆହୂତି ଦେଇଥିଲେ ଏଠାକାର ବହୁ ବୀର ପୁଅ । ବରୀ କଳାମାଟିଆଠାରେ ସ୍ଵାଧୀନତା ସଂଗ୍ରାମୀ ସାଉଁଟି, ସାନନ୍ଦ, ହାଡିବନ୍ଧୁ ଓ ମାୟାଧରଙ୍କ ଭଳି ଅନେକ ସଂଗ୍ରାମୀଙ୍କ ବଳିଦାନର ସ୍ମୃତି ସ୍ତମ୍ଭ ରହିଛି । ହେଲେ ସେହି ସ୍ମୃତିପୀଠର ବିକାଶ ଆଜି ପର୍ଯ୍ୟନ୍ତ ହୋଇପାରିନାହଁ । ଏବେ ଏହା ଭୁତ କୋଠରୀ । ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳ ପାଲଟିଛି । ଏପରିକି ବ୍ଳକ ପରିସରରେ ଥିବା ସଂଗ୍ରାମୀ ଭବନଟି ଏବେ ସାଜିଛି ଅଳିଆ ଗଦା ।

ଦେଶକୁ ସ୍ବାଧୀନ ଦେବାକୁ ରକ୍ତ ରଞ୍ଜିତ ହୋଇଥିବା ମାଟି ଆଜି ଅବହେଳିତ । ଏଠାକାର ଶହୀଦ ପରିବାର ସୁବିଧା ସୁଯୋଗରୁ ବଞ୍ଚିତ । ଏମାନଙ୍କୁ କେବଳ ଶବ୍ଦରେ ନୁହେଁ ବାସ୍ତବରେ ସମ୍ମାନିତ କରିବା ଆବଶ୍ୟକ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Aug 14, 2019, 4:05 PM IST

ABOUT THE AUTHOR

...view details