ଓଡିଶା

odisha

ETV Bharat / state

ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ୪ ଆହତ

କଣ୍ଟାଝରି ଓ ମଙ୍ଗରାଜପୁର ଗାଁରେ ବନ୍ୟଜନ୍ତୁ ଆତଙ୍କ । ବନ୍ୟଜନ୍ତୁ ଆକ୍ରମଣରେ ଆଜି ୩ ଜଣ, ଗତକାଲି ଜଣେ ଆହତ । ଅଧିକ ପଢନ୍ତୁ...

ଅଜଣା ଜନ୍ତୁ  ଆକ୍ରମଣରେ ୪ ଜଣ ଆହତ
ଅଜଣା ଜନ୍ତୁ ଆକ୍ରମଣରେ ୪ ଜଣ ଆହତ

By

Published : Aug 6, 2021, 1:19 PM IST

ଯାଜପୁର: ଯାଜପୁର ରୋଡ ବନ ବିଭାଗ ଅଧିନସ୍ଥ କଣ୍ଟାଝରି ଓ ମଙ୍ଗରାଜପୁର ଗାଁରେ ବନ୍ୟଜନ୍ତୁ ଆତଙ୍କ । ବନ୍ୟଜନ୍ତୁ ଆକ୍ରମଣରେ ଆଜି ୩ ଜଣ ଆହତ ହେଇଥିବା ସୂଚନା ମିଳିଛି।

ଅଜଣା ଜନ୍ତୁ ଆକ୍ରମଣରେ ୪ ଜଣ ଆହତ

ସୂଚନା ମୁତାବକ ଆଜି ସକାଳ ସମୟରେ କଣ୍ଟାଝରି ଗାଁର ଦୁଇ ଦମ୍ପତି ବିଲକୁ ଶୌଚ ହେବାକୁ ଯାଇଥିବା ବେଳେ ଏକ ଅଜଣା ବନ୍ୟ ଜନ୍ତୁ ଆକ୍ରମଣ କରିଥିଲା । ଫଳରେ କଣ୍ଟାଝରି ଗାଁର ବିନୋଦ ପଲେଇ ସାମାନ୍ୟ ଆହତ ହେଇଥିବା ବେଳେ ତାଙ୍କ ପତ୍ନୀ ବଉଳ ପଲେଇ ଗୁରୁତର ଆହତ ହୋଇଛନ୍ତି । ସେହିପରି ମଙ୍ଗରାଜପୁର ଗାଁର ସନାତନ ସାହୁ ମଧ୍ୟ କୌଣସି କାମରେ ବିଲକୁ ଯାଇଥିବା ସମୟରେ ଏକ ବନ୍ୟ ଜନ୍ତୁ ଆକ୍ରମଣ କରିଥିଲା । ତେବେ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ୪ ଜଣ ଲୋକଙ୍କୁ ଏହି ଅଜଣା ବନ୍ୟଜନ୍ତୁ ଆକ୍ରମଣ କରିଥିବା ଜଣାପଡ଼ିଛି ।

ସେପଟେ ଏହି ଖବର ପାଇ ଯାଜପୁର ରୋଡ ବନଖଣ୍ଡ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣର ତଦନ୍ତ ଆରମ୍ଭ କରିଛନ୍ତି। ମାତ୍ର ଏପର୍ଯ୍ୟନ୍ତ କେଉଁ ଜନ୍ତୁ ଆକ୍ରମଣରେ ଲୋକମାନେ ଆହତ ହେଇଛନ୍ତି ଜଣାପଡି ନାହିଁ। ସେପଟେ ଏହି ବନ୍ୟଜନ୍ତୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭୀତ ଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details