ଓଡିଶା

odisha

ETV Bharat / state

ପରଲୋକରେ ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା

ପରଲୋକରେ ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା । ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

By

Published : Feb 12, 2022, 11:26 AM IST

ପରଲୋକରେ ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା
ପରଲୋକରେ ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା

ଯାଜପୁର: ପରଲୋକରେ ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା । ବରିଷ୍ଠ କଂଗ୍ରେସ ନେତା ତଥା ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ଆଜି ଦେହାନ୍ତ ହୋଇଛି । ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ହୃଦଘାତରେ ସେ ପ୍ରାଣ ହରାଇଛନ୍ତି । କାଙ୍ଗାଳି ଚରଣ ଆଜି ସକାଳେ ଚା' ପିଇ ସାରିବା ପରେ ହଠାତ୍‌ ଚୌକିରୁ ଟଳି ପଡିଥିବା ସୂଚନା ରହିଛି ।

ପରଲୋକରେ ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା

କାଙ୍ଗାଳି ଚରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ପଟ୍ଟନାୟକଙ୍କ ଘନିଷ୍ଠ ରାଜନୈତିକ ସହଯୋଗୀ ଥିଲେ । ୧୯୮୦ ମସିହାରେ ଧର୍ମଶାଳା ବିଧାନସଭା ଆସନରୁ ସ୍ବାଧୀନ ଭାବେ ନିର୍ବାଚିତ ହେବା ସହ ୧୯୮୫ରେ କଂଗ୍ରେସରୁ ଜିତି ବିଧାୟକ ହୋଇଥିଲେ । ଏହା ପୂର୍ବରୁ ସେ ରସୁଲପୁର ବ୍ଲକର ଅଧ୍ୟକ୍ଷ ମଧ୍ୟ ଥିଲେ ।

ପରଲୋକରେ ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details