ଓଡିଶା

odisha

ETV Bharat / state

ଜଙ୍ଗଲରେ ଲାଗିଲା ନିଆଁ, ପୋଡିଲା 2ଶହରୁ ଉର୍ଦ୍ଧ୍ବ ଶାଗୁଆନ ଗଛ - ପୋଡିଲା 2ଶହରୁ ଉର୍ଦ୍ଧ୍ବ ଶାଗୁଆନ ଗଛ

ଜଙ୍ଗଲରେ ନିଆଁ ଲାଗି 2 ଶହ ଶାଗୁଆନ ଗଛ ପୋଡିଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

forest caught fire
ଜଙ୍ଗଲରେ ଲାଗିଲା ନିଆଁ

By

Published : Mar 17, 2020, 11:22 AM IST

Updated : Mar 17, 2020, 11:28 AM IST

ଯାଜପୁର: ଜଙ୍ଗଲରେ ଲାଗିଲା ନିଆଁ । ପ୍ରାୟ 2ଶହ ଶାଗୁଆନ ଗଛ ପୋଡି ପାଉଁଶ । କୋରାଇ ଥାନା ଅନ୍ତର୍ଗତ ଗୋହିରାଗାଡିଆ ଓ ମଲାରିଆ ସ୍ଥିତ ସଂରକ୍ଷିତ ଜଙ୍ଗଲରେ ଆକସ୍ମିକ ଭାବେ ନିଆଁ ଲାଗିଯାଇଛି । 2ଶହରୁ ଉର୍ଦ୍ଧ ଶାଗୁଆନ ଗଛ ଜଳିପୋଡି ପାଉଁଶ ହୋଇଯାଇଛି । ଦୁର୍ବୃତ୍ତ ମାନେ ନିଆଁ ଲଗାଇଦେଇଥିବା ସନ୍ଦେହ ।

ଜଙ୍ଗଲରେ ଲାଗିଲା ନିଆଁ,

ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ସମ୍ପୃକ୍ତ ଜଙ୍ଗଲରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତା ନେଇ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ତେବେ ଏହି ଜଙ୍ଗଲରେ ଥିବା ଶାଗୁଆନ ଓ ଅନ୍ୟାନ୍ୟ ଜାତିର ଗଛ ଗୁଡିକ ନିଆଁରେ ଜଳିଯାଇଥିବା ଜଣାପଡିଛି ।

ପ୍ରଥମ ଥର ପାଇଁ ଜଙ୍ଗଲରେ ଏପରି ବଡ ଧରଣର ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ସହିତ ଯାଜପୁର ରୋଡ ଓ କୋରାଇର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଏହି ସଂରକ୍ଷିତ ଜଙ୍ଗଲରେ ଯାଜପୁର ରୋଡ ବନବିଭାଗ ଦ୍ବାରା ଗଛ ଗୁଡିକ ଲଗାଯାଇଥିଲା । ତେବେ ଦୁର୍ବୃତ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ୍ ଓ ବନବିଭାଗ ଦ୍ବାରା ଘଟଣାର ଅନୁସନ୍ଧାନ ଜାରି ରହିଛି ।

ଯାଜପୁରରୁ ଜ୍ଞାନରଂଜନ ଓଝା, ଇଟିଭି ଭାରତ

Last Updated : Mar 17, 2020, 11:28 AM IST

ABOUT THE AUTHOR

...view details