ଓଡିଶା

odisha

ପୋଲିସ ଟଙ୍କା ମାଗିବା ଭାଇରାଲ ଭିଡିଓ ଘଟଣା; ଏସଆଇଙ୍କୁ ବଦଳି କଲେ ଏସପି

By

Published : Aug 17, 2020, 4:37 PM IST

Updated : Aug 17, 2020, 7:31 PM IST

ଯାଜପୁର ଜିଲ୍ଲା ଟମକା ଥାନାର ସବ ଇନ୍ସପେକ୍ଟରଙ୍କ ଟଙ୍କା ମାଗିବା ଭିଡ଼ିଓ ଭାଇରାଲ । ଜଣେ ଟ୍ରକ ଡ୍ରାଇଭର ଙ୍କୁ ଦୁଇହଜାର ଟଙ୍କା ମାଗିବା ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଅଧିକ ଖବର ପଢନ୍ତୁ...

ପୋଲିସ ଟଙ୍କା ମାଗିବା ଭାଇରାଲ ଭିଡିଓ ଘଟଣା; ଯାଜପୁର ଏସପିଙ୍କ ଖଣ୍ଡନ
ପୋଲିସ ଟଙ୍କା ମାଗିବା ଭାଇରାଲ ଭିଡିଓ ଘଟଣା; ଯାଜପୁର ଏସପିଙ୍କ ଖଣ୍ଡନ

ଯାଜପୁର: ଜିଲ୍ଲା ଟମକା ଥାନାର ସବ ଇନ୍ସପେକ୍ଟରଙ୍କ ଟଙ୍କା ମାଗିବା ଭିଡ଼ିଓ ଭାଇରାଲ । ଜଣେ ଟ୍ରକ ଡ୍ରାଇଭର ଙ୍କୁ ଦୁଇହଜାର ଟଙ୍କା ମାଗିବା ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଘଟଣାରୁ ପ୍ରକାଶ ଯେ, ଗତ କିଛି ଦିନ ତଳେ ସମ୍ପୃକ୍ତ ଏସଆଇ ଜଣଙ୍କ ଚେକିଂ କରୁଥିବା ବେଳେ ଅଟକାଇବା ସତ୍ତ୍ବେ ଏକ ଟ୍ରକ ତାଙ୍କ ନିର୍ଦ୍ଦେଶ ନ ମାନି ଦ୍ରୁତ ଗତିରେ ପଳାଇଥିଲା।

ପୋଲିସ ଟଙ୍କା ମାଗିବା ଭାଇରାଲ ଭିଡିଓ ଘଟଣା; ଏସଆଇଙ୍କୁ ବଦଳି କଲେ ଏସପି

ଏହାପରେ ଏସଆଇ ମହମ୍ମଦ ସେରାଜ ଟ୍ରକଟିକୁ ପିଛା କରି କରି ଧରିଥିଲେ। ଏବଂ ଦୁଇହଜାର ଟଙ୍କା ଦେଇ ସେହିଠାରେ ମାମଲା ରଫାଦଫା କରିବାକୁ କହିଥିବା ଭିଡ଼ିଓରୁ ସ୍ପଷ୍ଟ ଜଣାପଡୁଛି, ନହେଲେ ଦଶ ହଜାର ଟଙ୍କା ଫାଇନ କାଟିବେ ବୋଲି କହୁଥିବା ଭିଡ଼ିଓରୁ ଶୁଣାଯାଉଛି ।

ପୋଲିସ ଟଙ୍କା ମାଗିବା ଭାଇରାଲ ଭିଡିଓ ଘଟଣା; ଏସଆଇଙ୍କୁ ବଦଳି କଲେ ଏସପି

ଘଟଣା ସମ୍ପର୍କରେ ଜାଣିବା ପରେ ଡିଜିପି ଅଭୟ ଯାଜପୁର ଏସପିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ନିର୍ଦ୍ଦେଶ ପରେ ଟମକା ଥାନା ସବ୍ ଇନ୍ସପେକ୍ଟର ମହମ୍ମଦ ସୁରଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯାଜପୁର ଏସପି ଚରଣ ସିଂ ମୀନା । ପୋଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ସବ୍ ଇନ୍ସପେକ୍ଟରଙ୍କୁ ଟମକା ଥାନାରୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଜଣେ ଟ୍ରକ ଚାଳକକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଫାଇନ ନାଁରେ ଲାଞ୍ଚ ମାଗିବାର ଅଭିଯୋଗ ଆସିଥିଲା ।

ପୋଲିସ ଟଙ୍କା ମାଗିବା ଭାଇରାଲ ଭିଡିଓ ଘଟଣା; ଯାଜପୁର ଏସପିଙ୍କ ଖଣ୍ଡନ
ପୋଲିସ ଟଙ୍କା ମାଗିବା ଭାଇରାଲ ଭିଡିଓ ଘଟଣା; ଯାଜପୁର ଏସପିଙ୍କ ଖଣ୍ଡନ

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Aug 17, 2020, 7:31 PM IST

ABOUT THE AUTHOR

...view details