ଯାଜପୁର: ଜିଲ୍ଲାରେ ବାତ୍ୟା ପରେ ବନ୍ୟାର ପ୍ରଭାବ । ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଦଶରଥପୁରର କାଣୀନଦୀରେ ଘାଇ ସୃଷ୍ଟି ହୋଇ ତଳିଆ ଅଞ୍ଚଳକୁ ପ୍ରଭାବିତ କରିଛି । ଜଳସ୍ତର କ୍ରମଶଃ ହ୍ରାସ ପାଉଥିଲେ ହେଁ ଏବେ ବି କିଛି ଗାଁ ପାଣି ଘେରରେ ରହିଛନ୍ତି । ଅନେକ ଚାଷ ଜମି ପାଣିରେ ବୁଡି ରହିଛି । ଫଳରେ ବନ୍ୟାଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । କିଛି ଜାଗାରେ ପାଣି ଛାଡିଯିବା ପରେ ଲୋକମାନେ ବଜାର ସଉଦା କରିବାକୁ ରାସ୍ତାକୁ ଆସୁଛନ୍ତି । କିଛି ସ୍ଥାନରେ ରାସ୍ତା ବୁଡିଯାଇ ଯୋଗାଯୋଗ ବିଛିନ୍ନ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କୁ ରିଲିଫ୍ ଯୋଗାଇବା ଏବଂ ଥଇଥାନ କାର୍ଯ୍ୟରେ ନୋଡାଲ ଅଫିସର ମାନଙ୍କୁ ନିୟୋଜିତ କରାଯାଇଛି । କିଛି ଜାଗାରେ ପ୍ରଶାସନ ପହଞ୍ଚି ନଥିବାରୁ ଲୋକଙ୍କ ଭିତରେ କ୍ଷୋଭ ପ୍ରକାଶ ପାଇଛି ।
ବାତ୍ୟାର ଭୟ ଓ ପ୍ରକୋପ ମନରୁ ନଯାଉଣୁ ମାଡି ଆସିଲା ବନ୍ୟା । ବୈତରଣୀରେ ଆକସ୍ମିକ ବନ୍ୟା ଆସିବା ଫଳରେ ଲୋକେ ନିଜ ପରିସ୍ଥିତିକୁ ନେଇ ସନ୍ଦିହାନ ହୋଇପଡିଥିଲେ । ଦଶରଥପୁରର କାଣୀନଦୀରେ ଘାଇ ସୃଷ୍ଟି ହୋଇ ତଳିଆ ଅଞ୍ଚଳକୁ ପ୍ରଭାବିତ କରିଛି । ଜଳସ୍ତର କ୍ରମଶଃ ହ୍ରାସ ପାଉଥିଲେ ହେଁ ଏବେ ବି କିଛି ଗାଁ ପାଣି ଘେରରେ ରହିଛନ୍ତି । ଅନେକ ଚାଷଜମି ପାଣିରେ ବୁଡିରହିଛି । ଫଳରେ ବନ୍ୟାଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । କିଛି ଜାଗାରେ ପାଣି ଛାଡିଯିବା ପରେ ଲୋକମାନେ ବଜାର ସଉଦା କରିବାକୁ ରାସ୍ତାକୁ ଆସୁଛନ୍ତି । କିଛି ସ୍ଥାନରେ ରାସ୍ତା ବୁଡିଯାଇ ଯୋଗାଯୋଗ ବିଛିନ୍ନ ହୋଇଛି । ମାତ୍ର ଏବେ ବନ୍ୟାଜଳ ଟିକେ ଖସିବା ପରେ କିଛି ଲୋକ ବାହାରକୁ ବାହାରିଛନ୍ତି । ତଥାପି ଏବେବି ଅନେକ ଗାଁ ଓ ଚାଷଜମି ଜଳମଗ୍ନ ହୋଇପହିଛି । କେତେକ ସ୍ଥାନରେ ଲୋକେ ବାତ୍ୟା ବନ୍ୟା ଦୁଇଦିନ ଭୋକଉପାସରେ କାଳ କାଟିଛନ୍ତି । କେଉଁଠି ପ୍ରଶାସନ ପହଞ୍ଚି ସହାୟତା ଯୋଗାଇଛି ତ ଆଉ କେଉଁଠି ପ୍ରଶାସନ ଆଦୌ ପହଞ୍ଚି ପାରିନି । ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ବନ୍ୟା ବିପନ୍ନ ।