ଓଡିଶା

odisha

ETV Bharat / state

ବନ୍ୟା ଛାଡିଯିବା ପରେ ବି କମୁନି ଦୁର୍ଦଶା: ଉଜୁଡି ଯାଇଛି ଚାଷ, ହତାଶ ଚାଷୀ - flood affected crop in jajpur

କୋରେଇ ବ୍ଲକ ତଣ୍ଡରା ପଞ୍ଚାୟତର ତଣ୍ଡରା ଓ ବରେଇ ଗାଁର ବନ୍ୟା ପରିସ୍ଥିତି ସଙ୍ଗୀନ । ଏକର ଏକର ଜମିରେ କଲରା, ଜହ୍ନି, ଭେଣ୍ଡି, କାକୁଡି, ବାଇଗଣ, ଝୁଡଙ୍ଗ ଆଦି ପନିପରିବା ସହିତ ଥୋଡ ବାହାରୁଥିବା ଚାଇଚୂନ ଧାନ ପୁରାପୁରି ନଷ୍ଟ ହୋଇଯାଇଛି ।

ବନ୍ୟା ଛାଡିଯିବା ପରେ ବି କମୁନି ଦୁର୍ଦଶା: ଉଜୁଡି ଯାଇଛି ଚାଷ, ହତାଶ ଚାଷୀ
ବନ୍ୟା ଛାଡିଯିବା ପରେ ବି କମୁନି ଦୁର୍ଦଶା: ଉଜୁଡି ଯାଇଛି ଚାଷ, ହତାଶ ଚାଷୀ

By

Published : Sep 5, 2020, 9:53 PM IST

ଯାଜପୁର: ଛାଡିଯାଇଛି ବନ୍ୟା । ଦେଇଯାଇଛି ଅନେକ ଦୁଃଖ ଓ ଯାତନା । ନଷ୍ଟ ହୋଇଛି ବ୍ୟାପକ ଫସଲ ଓ ପନିପରିବା । ଭୀଷଣ ଭାବେ ନଷ୍ଟ ହୋଇଛି ଧାନଫସଲ । ଫଳରେ ନଦୀକୂଳିଆ ଅଞ୍ଚଳରେ ଭାଙ୍ଗିଯାଇଛି ଚାଷୀ ମେରୁଦଣ୍ଡ । ଚଳିତ ବନ୍ୟାରେ କେବଳ ବନ୍ଧରେ ନୁହେଁ ବିଲରେ ବି ସୃଷ୍ଟି ହୋଇଛି ଅନେକ ଛୋଟଛୋଟ ଘାଇ । ଶହ ଶହ ଏକର ଚାଷଜମିରେ ପନିପରିବା ଫସଲ ସମ୍ପୂର୍ଣ୍ଣ ରୂପେ ଉଜୁଡି ଯାଇଛି । ଫଳରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ ।

ବନ୍ୟା ଛାଡିଯିବା ପରେ ବି କମୁନି ଦୁର୍ଦଶା: ଉଜୁଡି ଯାଇଛି ଚାଷ, ହତାଶ ଚାଷୀ

କୋରେଇ ବ୍ଲକ ତଣ୍ଡରା ପଞ୍ଚାୟତର ତଣ୍ଡରା ଓ ବରେଇ ଗାଁର ବନ୍ୟା ପରିସ୍ଥିତି ସଙ୍ଗୀନ । ଏକର ଏକର ଜମିରେ କଲରା, ଜହ୍ନି, ଭେଣ୍ଡି, କାକୁଡି, ବାଇଗଣ, ଝୁଡଙ୍ଗ ଆଦି ପନିପରିବା ସହିତ ଥୋଡ ବାହାରୁଥିବା ଚାଇଚୂନ ଧାନ ପୁରାପୁରି ନଷ୍ଟ ହୋଇଯାଇଛି । ନଷ୍ଟ ହୋଇଯାଇଛି ପ୍ରଚୁର ଅମୃତଭଣ୍ଡା ଓ କଦଳୀ ଗଛ । ଯାହାକୁ ନେଇ ଏ ଅଞ୍ଚଳର ଚାଷୀ ଏବେ ବଡ ଚିନ୍ତାରେ ପଡିଛନ୍ତି । ପ୍ରଶାସନ ନିକଟରେ କ୍ଷତିପୂରଣ ଦାବୀ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ । ସେପଟେ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।

ଚଳିତ ବର୍ଷ ଯାଜପୁରର ବିଭିନ୍ନ ବ୍ଲକରେ ଲକ୍ଷାଧିକ ହେକ୍ଟର ଚାଷଜମିରେ ଧାନଚାଷ କରାଯାଇଥିଲା । ନଦୀକୂଳିଆ ଅଞ୍ଚଳର ଲୋକେ ପନିପରିବା ଚାଷ କରିଥିଲେ । ତେବେ ଚଳିତ ବନ୍ୟା ସବୁକିଛି ଉଜାଡି ଦେଇଛି । ଚାଷୀମାନେ ଋଣ କରଜ କରି ଧାନ ଓ ପନିପରିବା ଫସଲ ଚାଷ କରିଥିଲେ । ବିଭିନ୍ନ ସ୍ଥାନରେ ଧାନତଳା ରୁଆପୋତା ସରିଥିବା କେତେକ ସ୍ଥାନରେ ଚାଇଚୂନ ଧାନରୁ ଥୋଡ ବାହାରୁଥିଲା । ଏବେ ସେହି ଧାନଗଛ ଓ ପନିପରିବା ଆଦି 4-5ଦିନ କାଳ ପାଣିରେ ବୁଡିରହି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗୋଟିଏ ପଟେ ବନ୍ୟାରେ ଘର ଧୋଇ ନଷ୍ଟ ହୋଇଯାଇଛି ଅନ୍ୟପଟେ ଫସଲ ବି ବନ୍ୟାରେ ବୁଡି ନଷ୍ଟ ହୋଇଯାଇଛି । ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ତଣ୍ଡରା ପଞ୍ଚାୟର ବରେଇ ଓ ତଣ୍ଡରା ଗାଁର ପରିସ୍ଥିତି ଖରାପ । ତେବେ କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରଶାସନ ନିକଟରେ ଦାବୀ ଜଣାଇଛନ୍ତି କ୍ଷତିଗ୍ରସ୍ତ ଚାଷୀ ।

ବନ୍ୟା ଛାଡିଯିବା ପରେ ବି ଲୋକଙ୍କ ଦୁଃଖ କମୁନି । ଚଳିତ ବନ୍ୟାରେ ଉଜୁଡି ଯାଇଛି ବ୍ୟାପକ ଧାନ ଓ ପନିପରିବା ଫସଲ । ଭାଙ୍ଗିଯାଇଛି ଚାଷୀ ଭାତହାଣ୍ଡି । ଦୋହଲି ଯାଇଛି ଚାଷୀ ମେରୁଦଣ୍ଡ । ଏବେ ଏ ଅଞ୍ଚଳରେ ଚାଇଚୁନ୍ ଧାନ ଥୋଡ ବାହାରୁଥିଲା । ଅନେକ ପନିପରିବା ଅମଳ ହୋଇ ବଜାରକୁ ବିକ୍ରି ହେବାକୁ ଯାଉଥିଲା । ଠିକ୍ ଏତିକି ବେଳେ ବନ୍ୟାଜଳ ମାଡି ଆସି କିଆରିରେ ପାଣି ମାଡିଗଲା । ଶହ ଶହ ଏକର ଚାଷଜମିରେ ଧାନ ଓ ପନିପରିବା ଫସଲ ସମ୍ପୂ୍ର୍ଣ ନଷ୍ଟ ହୋଇଗଲା । ଚାଷୀର ମନ ଜମାରୁ ବୁଝୁନି । ଅନେକ ପରିଶ୍ରମ କରି ଚାଷୀ ତାର ଚାଷଜମିରେ ଅନେକ ପ୍ରକାରର ଫସଲ ସୃଷ୍ଟି କରିଥିଲା । ଏବେ କିଆରିକୁ ଚାହିଁ ଦେଲା ବେଳକୁ ଚାଷୀର ଛାତି ଫାଟିଯାଉଛି । ଫସଲ ଉଜୁଡି ଯିବା ପରେ ଋଣଭାର ଚିନ୍ତା ଚାଷୀକୁ ଘାରିଛି । ସେପଟେ ସର୍ଭେ କରାଯାଇ ଚଳିତ ବନ୍ୟାର କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିିଭି ଭାରତ

ABOUT THE AUTHOR

...view details