ଓଡିଶା

odisha

By

Published : Aug 28, 2020, 4:42 PM IST

ETV Bharat / state

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ସୁକିନ୍ଦା ବିଧାୟକ

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ । ବ୍ରହ୍ମଣୀ ଓ ଖରସ୍ରୋତା ନଦୀର ଜଳସ୍ତର ବୃଦ୍ଧି ଫଳରେ ଦାନଗଦି ବ୍ଲକର ୩୦ରୁ ଉର୍ଦ୍ଧ୍ବ ଗାଁ ବନ୍ୟାପାଣିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଧିକ ପଢନ୍ତୁ...

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ସୁକିନ୍ଦା ବିଧାୟକ
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ସୁକିନ୍ଦା ବିଧାୟକ

ଯାଜପୁର: ବନ୍ୟା ପ୍ରବାବିତ ଅଞ୍ଚଳ ଗସ୍ତକଲେ ସୁକିନ୍ଦା ବିଧାୟକ । ଏହି ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିଛନ୍ତି ବିଧାୟକ । ଗସ୍ତ ସମୟରେ ଲୋକଙ୍କ ସହିତ ମିଶି ଆଲୋଚନା କରିଛନ୍ତି ।

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ସୁକିନ୍ଦା ବିଧାୟକ

ଯାଜପୁର ଜିଲ୍ଲାର ବ୍ରହ୍ମଣୀ ଓ ଖରସ୍ରୋତା ନଦୀର ଜଳସ୍ତର ବୃଦ୍ଧି ଫଳରେ ଦାନଗଦି ବ୍ଲକର ମାର୍ଥପୁର, ଖପୁରିଆ ପଦା ଓ ପଙ୍କପାଳ ପଞ୍ଚାୟତ ୩୦ରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀ। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ବନ୍ୟା ପ୍ରଭାବିତ ଗାଁକୁ ପରିଦର୍ଶନ କରିଛନ୍ତି। ବିଧାୟକ ଘଡେଇ ପ୍ରତ୍ୟକ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଥିଲେ। ଏହି ଅଞ୍ଚଳର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରୁଥିବାରୁ ସମସ୍ତ ଫସଲ ନଷ୍ଟ ହେଇଥିବା ବିଧାୟକ କହିଛନ୍ତି । ଏଥି ସହିତ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ତୁରନ୍ତ ଏଠାରେ ଗୋରୁଗାଈଙ୍କ ପାଇଁ ଗୋଖାଦ୍ୟ ଖୁବଶୀଘ୍ର ପହଞ୍ଚେଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ବନ୍ୟାଜଳରେ କ୍ଷତିଗ୍ରସ୍ତ ଲୋକଙ୍କ ଘର ଦ୍ବାର ସହିତ ଚାଷର କ୍ଷୟକ୍ଷତିକୁ ଆକଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ସହାୟତା ପ୍ରଦାନ କରାଯିବ ବୋଲି ବିଧାୟକ କହିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details