ଓଡିଶା

odisha

ETV Bharat / state

ଉଦ୍‌ଘାଟିତ ହେଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ଭବନ, ଯାଜପୁରରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ - ଯାଜପୁରରେ ମିଶନ ଶକ୍ତି ଭବନ ଉଦ୍‌ଘାଟିତ

ଯାଜପୁରରେ ରାଜ୍ୟର ପ୍ରଥମ ମିଶନ ଶକ୍ତି ଭବନ ଉଦ୍‌ଘାଟିତ ହୋଇଛି । ଭର୍ଚୁଆଲ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି । ଆଗାମୀ ଦିନରେ ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରାଯିବା ପାଇଁ ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଧିକ ପଢ଼ନ୍ତୁ

ଯାଜପୁରରେ ରାଜ୍ୟର ପ୍ରଥମ ମିଶନ ଶକ୍ତି ଭବନ ଉଦ୍‌ଘାଟିତ
ଯାଜପୁରରେ ରାଜ୍ୟର ପ୍ରଥମ ମିଶନ ଶକ୍ତି ଭବନ ଉଦ୍‌ଘାଟିତ

By

Published : Jan 9, 2023, 6:50 PM IST

ଯାଜପୁରରେ ରାଜ୍ୟର ପ୍ରଥମ ମିଶନ ଶକ୍ତି ଭବନ ଉଦ୍‌ଘାଟିତ

ଯାଜପୁର: ରାଜ୍ୟର ପ୍ରଥମ ମିଶନ ଶକ୍ତି ଭବନ ଉଦ୍‌ଘାଟିତ । ଯାଜପୁରରେ ଏହି ମିଶନ ଶକ୍ତି ଭବନ ଉଦ୍‌ଘାଟିତ ହୋଇଛି । ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍ଚୁଆଲ ମୋଡ୍‌ରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । SHGଙ୍କୁ ଋଣର ସୁଧ ଫେରସ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ମାଆମାନଙ୍କୁ ଉଦ୍ୟାେଗୀ ଭାବେ ଦେଖିବାକୁ ଚାହେଁ । ଓଡ଼ିଶାର ରୂପାନ୍ତରଣରେ ସେମାନଙ୍କର ବଡ଼ ଭୂମିକା ରହିଛି ।"

ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ତାଲିମ ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରୟ ପାଇଁ ଏହି ମିଶନ ଶକ୍ତି ଭବନ କାର୍ଯ୍ୟ କରିବ । ଜିଲ୍ଲା ମହିଳା ମହାସଂଘ ଦ୍ବାରା ପରିଚାଳିତ ହେବ ଏହି ଭବନ । ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ରାଜ୍ୟସଭା ସାଂସଦ ସୁଲତା ଦେଓ, ରାଜ୍ୟ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଯୋଗ ଦେଇଥିଲେ ।

ମିଶନ ଶକ୍ତି ଭବନ ଉଦ୍‌ଘାଟନ ଉତ୍ସବରେ ଜିଲ୍ଲାର କୋରେଇ, ଯାଜପୁର, ଧର୍ମଶାଳା, ବରୀ, ବିଞ୍ଝାରପୁର, ଦଶରଥପୁର, ଯାଜପୁର, ରସୁଲପୁର, ସୁକିନ୍ଦା, ଦାନଗଦି ସମେତ ବ୍ୟାସନଗର ଓ ଯାଜପୁର ପୌରପାଳିକାରୁ ୨ ଶହରୁ ଊର୍ଦ୍ଧ୍ବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଯୋଗ ଦେଇଥିଲେ । ଆଗାମୀ ଦିନରେ ମହିଳାମାନେ ଅଧିକ ସ୍ବାବଲମ୍ବୀ ହେବାନେଇ ଏହି ମିଶନ ଶକ୍ତି ଗୃହ କାର୍ଯ୍ୟ କରିବ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ । ରାଜ୍ୟରେ ଏହି ମିଶନ ଶକ୍ତି ଗୃହ ପ୍ରଥମେ ଉଦ୍‌ଘାଟନ ହେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲାର ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details