ଯାଜପୁର: ଶନିବାର ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଯଖପୁରା ଗାଁରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି 3ଟି ପରିବାରର 5 ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଘର ସହିତ ଗୋରୁ ଗୁହାଳ ମଧ୍ୟ ସମ୍ପୂର୍ଣ୍ଣ ଜଳିଯାଇଛି ।
ସୂଚନା ମୁତାବକ ହରିଶ୍ଚନ୍ଦ୍ର ବ୍ରହ୍ମ, ସହଦେବ ବ୍ରହ୍ମ ଓ ବିଷ୍ଣୁ ପ୍ରସାଦ ପାଲଟାସିଂ ନାମକ ତିନି ଜଣ ବ୍ୟକ୍ତିଙ୍କର 3ଟି ପରିବାରର 5 ବଖରା ଘର ପୋଡିଯାଇଛି । ଗ୍ରାମବାସୀ ଏବଂ ଦମକଳ ବାହିନୀର ମିଳିତ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିଲେ ହେଁ ଘରର ସମସ୍ତ ଆସବାବପତ୍ର ଓ ଧାନ ଚାଉଳ ସବୁ ପୋଡି ପାଉଁଶ ହୋଇଯାଇଛି ।