ଯାଜପୁର: ଜମାକାରୀଙ୍କ ଅର୍ଥ ଲୁଟିନେଲା ‘ପ୍ୟାନ୍କାର୍ଡ କ୍ଲବ’। ଏଭଳି ଅର୍ଥନୈତିକ ଅପରାଧ ଘଟଣା ଘଟିଛି ଯାଜପୁର ଜିଲ୍ଲାର। ଶତାଧିକ ଗରିବ ଲୋକ ଜଣେ ଶିକ୍ଷକଙ୍କ ଦ୍ବାରା ପ୍ୟାନ୍କାର୍ଡ ନାମକ ସଂସ୍ଥାରେ ଲକ୍ଷାଧିକ ଟଙ୍କା ଜମାକରି ଠକାମୀର ଶୀକାର ହୋଇଛନ୍ତି।
ଜିଲ୍ଲାର ରସୁଲପୁର ବ୍ଲକ୍ ଅନ୍ତର୍ଗତ କଲଣ ଓ ଶୁଳିଆ ଅଞ୍ଚଳର ଶିକ୍ଷକ ଧିରେନ୍ଦ୍ର ସାହୁଙ୍କ ଜରିଆରେ ‘ପ୍ୟାନ୍କାର୍ଡ କ୍ଲବ’ ସଂସ୍ଥାରେ ପ୍ରାୟ 5ଶହରୁ ଊର୍ଦ୍ଧ୍ବ ଲୋକ ପ୍ରାୟ 25 ଲକ୍ଷ ଟଙ୍କାରୁ ଅଧିକ ଜମା ରଖିଥିବା ଜମାକାରୀ ଜଣାଇଛନ୍ତି। କିଏ ଜମି ବିକ୍ରି କରି ତ କିଏ ସୁନାଗହଣା ବିକ୍ରିକରି, ଆଉ କିଏ ପୁଣି ତା’ର ଝିଅ ବାହାଘର କରିବାକୁ ରଖିଥିବା ଟଙ୍କାକୁ ଅଧିକ କରିବା ଆଶାରେ ଏହି ସଂସ୍ଥାରେ ଟଙ୍କା ଜମା କରିଛନ୍ତି। ଅର୍ଦ୍ଧାଧିକ ଲୋକଙ୍କ ଜମା ଟଙ୍କାର ରସିଦ ମିଳିନଥିବା ବେଳେ ଯେଉଁମାନେ ରସିଦ ବା ବଣ୍ଡ ପାଇଛନ୍ତି ସେମାନେ ମଧ୍ୟ ତାଙ୍କ ଟଙ୍କା ଫେରି ପାଇନାହାଁନ୍ତି।