ଓଡିଶା

odisha

ମଙ୍ଗଳା ମନ୍ଦିରରେ ଭୋଗ କରିବାକୁ ନେଇ ଗୋଷ୍ଠୀ ସଂଘର୍ଷ

By

Published : Apr 7, 2021, 7:41 PM IST

ଯାଜପୁର ରୋଡ ଥାନା ମୁଣ୍ଡମାଳ ଗାଁରେ ମଙ୍ଗଳା ମନ୍ଦିରରେ ଭୋଗ କରିବାକୁ ନେଇ ଗୋଷ୍ଠୀ ସଂଘର୍ଷ । ଥାନାରେ ମାମଲା । ଅଧିକ ପଢନ୍ତୁ...

ଭୋଗ କରିବାକୁ ନେଇ ଗୋଷ୍ଠୀ ସଂଘର୍ଷ
ଭୋଗ କରିବାକୁ ନେଇ ଗୋଷ୍ଠୀ ସଂଘର୍ଷ

ଯାଜପୁର: ଯାଜପୁର ରୋଡ ଥାନା ମୁଣ୍ଡମାଳ ଗାଁରେ ମଙ୍ଗଳା ମନ୍ଦିରରେ ଭୋଗ କରିବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି । ତେବେ ଏହି ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଏପରି ଘଟିଥିବା ଦେଖିବାକୁ ମିଳିଛି ।

ଭୋଗ କରିବାକୁ ନେଇ ଗୋଷ୍ଠୀ ସଂଘର୍ଷ

ମିଳିଥିବା ସୂଚନା ଅନୁସାରେ ଗତକାଲି ମୁଣ୍ଡମାଳ ସ୍ଥିତ ମା ମଙ୍ଗଳାଙ୍କ ମନ୍ଦିରକୁ କିଛି ଦଳିତ ଶ୍ରେଣୀର ମହିଳା ମାଙ୍କ ନିକଟକୁ ପୂଜା କରିବା ସଙ୍ଗେସଙ୍ଗେ ଭୋଗ ଖାଇବାକୁ ଯାଇଥିଲେ। ମାତ୍ର ମା ଙ୍କୁ ପୂଜାର୍ଚ୍ଚନା କରୁଥିବା ପୂଜକ ଓ ତାଙ୍କ ପରିବାର ଲୋକେ କୌଣସି କାରଣକୁ ନେଇ ଏହି ଦଳିତ ମହିଳାଙ୍କ ସାଙ୍ଗରେ ପାଟିତୁଣ୍ଡ ହୋଇଥିଲା। ଯାହାଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗୋଳ ହୋଇଥିଲା । ଖବର ପାଇ ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଏହି ଘଟଣା ନେଇ ଆଜି ମୁଣ୍ଡମାଳ ଗାଁର ସମସ୍ତ ଦଳିତ ସମ୍ପ୍ରଦାୟର ମହିଳା ଓ ପୁରୁଷ ଏକାଠି ହୋଇ ଯାଜପୁର ରୋଡ ଥାନାରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details