ଯାଜପୁର:ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ମର୍ଜିତାପୁର ବାଲିପଡିଆ ଜଳଧର ଜେନା ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ 7 ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଜେନାପୁର ପୋଲିସ ଅଭିଯୁକ୍ତ ବାପାପୁଅଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନେ ହେଲେ ବାପା ଭିକାରୀ ଦାସ ଓ ପୁଅ ସନ୍ତୋଷ ଦାସ । ବୁଧବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ଯାଜପୁର ରୋଡ୍ ଏସଡିପିଓ ଚିନ୍ମୟ କୁମାର ନାୟକ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।
ଜଳଧର ଜେନା ହତ୍ୟା ଘଟଣା: ବାପପୁଅ ଗିରଫ - jajpur jaladhara murder case
ଯାଜପୁର ମର୍ଜିତାପୁର ଜଳଧର ଜେନା ହତ୍ୟା ଘଟଣାରେ ଅଭିଯୁକ୍ତ ବାପପୁଅକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ...
ଜଳଧର ଜେନା ହତ୍ୟା ଘଟଣା: ବାପପୁଅ ଗିରଫ
ସୂଚନାଯୋଗ୍ୟ, ଜଳଧର ଛେଳି ଚରାଇବାକୁ ବିଲକୁ ଯାଇଥିଲେ । ପରେ ବିଲ ମଧ୍ୟରେ ତାଙ୍କ କ୍ଷତାକ୍ତ ମୃତଦେହ ପଡିଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ପୋଲିସକୁ ଖବର ଦେବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା । ଶେଷରେ ଅଭିଯୁକ୍ତ ବାପପୁଅଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ