ଓଡିଶା

odisha

ETV Bharat / state

ଟୋଲଗେଟରେ ଫି’ ଆଦାୟ ବନ୍ଦ ଦାବିରେ ଚାଷୀ ଆନ୍ଦୋଳନ - ନବନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନ

ଟୋଲଗେଟରେ ଫି’ ଆଦାୟ ବନ୍ଦ ଦାବିରେ ଯାଜପୁରରେ ନବନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନ କରିଛି । ଅଧିକ ପଢନ୍ତୁ...

Farmer's protest on demanding to stop collection of tollgate fee
ଟୋଲଗେଟରେ ଫି ଆଦାୟ ବନ୍ଦ ଦାବିରେ ଚାଷୀ ଆନ୍ଦୋଳନ

By

Published : Dec 12, 2020, 3:24 PM IST

ଯାଜପୁର: ଜିଲ୍ଲାର ପାଣିକୋଇଲି ଏବଂ ବାଲିଚନ୍ଦ୍ରପୁର ଠାରେ ଥିବା ଟୋଲଗେଟରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି । ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥରେ ଥିବା ଟୋଲଗେଟରେ ଫି’ ଆଦାୟକୁ ବନ୍ଦ ଦାବିରେ ଏହି ଆନ୍ଦୋଳନ କରାଯାଇଛି ।

ଟୋଲଗେଟରେ ଫି ଆଦାୟ ବନ୍ଦ ଦାବିରେ ଚାଷୀ ଆନ୍ଦୋଳନ

ନବନିର୍ମାଣ କୃଷକ ସଂଗଠନର ଚାଷୀମାନେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥରେ ଥିବା ସମସ୍ତ 450ଟି ଟୋଲଗେଟରେ ଗାଡିଗୁଡିକରୁ ଫି ଆଦାୟ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଏହି ଫି’ ଆଦାୟ ପ୍ରତିବାଦରେ ଜିଲ୍ଲାର ପାଣିକୋଇଲି ଏବଂ ବାଲିଚନ୍ଦ୍ରପୁର ଠାରେ ଥିବା ଟୋଲଗେଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହି ଟୋଲଗେଟରେ ଚାଷୀଙ୍କ ଗାଡି ସମେତ ସମସ୍ତ ଗାଡିକୁ ଜୋର ଜବରଦସ୍ତ ମାଗଣାରେ ଛାଡି ଦିଆଯାଇଛି । ସେପଟେ ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଚାଷୀମାନେ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ ଜାରି ରଖିଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଟୋଲଗେଟ ଗୁଡିକରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଏହି ଆନ୍ଦୋଳନରେ ବାମପନ୍ଥୀ ଦଳ ସମେତ ବିଭିନ୍ନ ଚାଷୀ ସଂଗଠନ ଓ ରାଜନୈତିକ ଦଳ ସାମିଲ ହୋଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details