ଯାଜପୁର: ଚାଷୀଙ୍କୁ ଶସ୍ୟ ବୀମା ରାଶି ପ୍ରଦାନ ପାଇଁ ଜିଲ୍ଲା ଅଦାଲତ ରାୟ ଦେଇଛନ୍ତି। ଯାଜପୁର ଜିଲ୍ଲା ମଙ୍ଗଳପୁର ପ୍ରାଥମିକ କୃଷି ଋଣ ସମବାୟ ସମିତିର ଶତାଧିକ ଚାଷୀଙ୍କ ନାମ ପଞ୍ଜୀକରଣରେ ତ୍ରୁଟି ଯୋଗୁଁ ଚାଷୀ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଥିଲେ। ଯାହାପରେ ସେମାନେ ଅଦାଲତର ଆଶ୍ରୟ ନେଇଥିଲେ।
ଚାଷୀଙ୍କୁ ମିଳିବ ଶସ୍ୟବୀମା ରାଶି, ଜିଲ୍ଲା ଅଦାଲତଙ୍କ ରାୟ - ଜିଲ୍ଲା ଅଦାଲତଙ୍କ ରାୟ
ନାମ ପଞ୍ଜୀକରଣରେ ତ୍ରୁଟି ଯୋଗୁଁ ଫସଲ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଥିଲେ ଯାଜପୁର ଜିଲ୍ଲା ଚାଷୀ। ଅଦାଲତଙ୍କ ଆଶ୍ରୟ ନେବା ପରେ ବୀମା ଦେବା ନେଇ ରାୟ ଶୁଣାଇଲେ କୋର୍ଟ। ଅଧିକ ପଢ଼ନ୍ତୁ...
ଚାଷୀଙ୍କୁ ମିଳିବ ଶସ୍ୟ ବୀମା ରାଶି, ଜିଲ୍ଲା ଅଦାଲତଙ୍କ ରାୟ
ବୀମାରାଶି ପାଇବା ପାଇଁ ଗୋଟିଏ ସରକାରୀ କାର୍ଯ୍ୟାଳୟରୁ ଆଉ ଗୋଟିଏ କାର୍ଯ୍ୟାଳକୁ ଦୌଡି ଦୌଡି ନିରାଶ ହୋଇଥିଲେ ଚାଷୀ। ଏନେଇ ଗଣମାଧ୍ୟମରେ ଖବର ମଧ୍ୟ ପ୍ରସାରଣ ହେବା ସହ ଯାଜପୁର ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଅଭିଯୋଗ କରିଥିଲେ ଚାଷୀ। ଏଥିରେ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ସେମାନେ ଅଦାଲତର ଆଶ୍ରୟ ନେଇଥିଲେ। ଏହାପରେ ଅଦାଲତ ଚାଷୀଙ୍କୁ ସେମାନଙ୍କ ବୀମା ରାଶି ପ୍ରଦାନ କରିବା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ