ଯାଜପୁର : ମଣ୍ଡିରେ ବିକ୍ରି ହେଇପାରୁନି ଧାନ । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଶେଷରେ ବାଧ୍ୟ ହୋଇ ଆଜି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଛତ୍ରପଡ଼ା ସେବା ସମବାୟ ସମିତି ଅଧୀନରେ ଧାନ ଦେଇଥିବା ୪ଟି ପଞ୍ଚାୟତର ଚାଷୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
ଚାଷୀଙ୍କ ବକେୟା ଟଙ୍କା ପାଇବା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର - ବକେୟା ଟଙ୍କା ପାଇବା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
ମଣ୍ଡିରେ ପଡ଼ିଛି ଶହଶହ ବସ୍ତା ଧାନ । କିନ୍ତୁ ହୋଇପାରୁନି ବିକ୍ରି । ଯାହାଫଳରେ ଚାଷୀ ତା ବକେୟା ଟଙ୍କା ପାଇ ପାରୁନାହିଁ । ବକେୟା ଟଙ୍କା ପାଇବା ପାଇଁ ଚାଷୀ ଦେଇଛି ଆଜି ଧାରଣା । ଅଧିକ ପଢ଼ନ୍ତୁ
ସୂଚନାନୁସାରେ ଦୀର୍ଘଦିନ ହେବ ଚାଷୀଙ୍କ ବକେୟା ଟଙ୍କା ପାଇବା ନେଇ ଅଭିଯୋଗ ହୋଇଆସୁଛି । ତଥାପି ଜିଲ୍ଲା ଦଶରଥପୁର ବ୍ଲକ ଛତ୍ରପଡା ସେବା ସମବାୟ ସମିତି ଅଧୀନରେ ଧାନ ଦେଇଥିବା ୪ଟି ପଞ୍ଚାୟତର ଚାଷୀଙ୍କୁ ଅଦ୍ୟାବଧି ଟଙ୍କା ମିଳିନାହିଁ । ଛଚିଣା, ଗୋପାଳପୁର, ଡ଼ାହାଣହତା ଆଦି ପଞ୍ଚାୟତର ଚାଷୀ ଧାନ ଦେଇଥିବା ବେଳେ ଅଳ୍ପ କିଛି ଚାଷୀ ଟଙ୍କା ପାଇଛନ୍ତି । ବାକି ଟଙ୍କା ପାଇଁ ବାରମ୍ବାର ଦୌଡି ଦୌଡ଼ି ନିରାଶ ହେଲେଣି । ତେଣୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ