ଓଡିଶା

odisha

By

Published : Dec 15, 2020, 7:36 AM IST

ETV Bharat / state

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ । ଯାଜପୁରରେ ବି ଜଳିଲା ଚାଷୀ ଅସନ୍ତୋଷର ନିଆଁ । ଅଧିକ ପଢନ୍ତୁ...

farmer strike in jajpur
ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ଯାଜପୁର : ଚାଷୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ନୂଆ କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଦେଶରେ ଚାଷୀଙ୍କ ପ୍ରତିବାଦର ନିଆଁ ଜଳୁଛି। ପୂର୍ବରୁ ଭାରତ ବନ୍ଦ ସହ ବିଭିନ୍ନ ଉପାୟରେ ଚାଷୀମାନେ ଆନ୍ଦୋଳନ କରିଥିବା ବେଳେ ସୋମବାର ଉପବାସ କରି ଚାଷୀମାନେ ଆନ୍ଦୋଳନ କରୁଛନ୍ତି ।

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ତେବେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଯାଜପୁର ଜିଲ୍ଲାରେ ମଧ୍ୟ ଆନ୍ଦୋଳନ ଜାରି ରହିଛି। ଆଇଏନଟିୟୁସି, ସିଆଇଟିୟୁ,ଏଆଇଟିୟୁସି ଓ ଏସୟୁସିଆଇ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ବ୍ୟାସନଗର ସହର ପରିକ୍ରମା କରି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।

ସେଠାରେ କେନ୍ଦ୍ର ସରକାର ବିରୋଧି ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ରାଷ୍ଟପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details