ଓଡିଶା

odisha

By

Published : Jan 9, 2020, 6:49 PM IST

ETV Bharat / state

ବକେୟା ପାଉଣା ପ୍ରଦାନ ଦାବିରେ ଧାରଣାରେ କୃଷକ ସାଥୀ

ବକେୟା ପାଉଣା ମିଳୁନଥିବାରୁ ଉପ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଧର୍ମଶାଳାର କୃଷକ ସାଥୀ।

farmer sathi on protest, jajpur latest news, farmer sathi protest in jajpur, ଯାଜପୁରରେ କୃଷକ ସାଥୀଙ୍କ ଧାରଣା, ଯାଜପୁର ଲାଟେଷ୍ଟ ନ୍ୟୁଜ୍‌, ଧାରଣାରେ କୃଷକ ସାଥୀ
ବକେୟା ପାଉଣା ପ୍ରଦାନ ଦାବିରେ ଧାରଣାରେ କୃଷକ ସାଥୀ

ଯାଜପୁର: ବକେୟା ପାଉଣା ମିଳୁନଥିବାରୁ ଉପ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଧର୍ମଶାଳାର କୃଷକ ସାଥୀ। ସେମାନଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ପାଇଁ ନିଯୁକ୍ତ ଥିବା କୃଷକ ସାଥୀମାନେ 1000 ଟଙ୍କା ବେତନରେ କାର୍ଯ୍ୟ କରୁଛନ୍ତି । ନିକଟରେ ସରକାର ସାଥୀମାନଙ୍କ ଦରମା ବୃଦ୍ଧି କରିଥିବାରୁ ବକେୟା ବର୍ଦ୍ଧିତ ରାଶି 5000 ଟଙ୍କା ଅନ୍ୟ ସବୁ ବ୍ଲକରେ କୃଷକ ସାଥୀମାନେ ପାଇସାରିଥିବା ବେଳେ ଧର୍ମଶାଳା ବ୍ଲକରେ କାର୍ଯ୍ୟରତ ସାଥୀମାନେ ଏହା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ବକେୟା ପାଉଣା ପ୍ରଦାନ ଦାବିରେ ଧାରଣାରେ କୃଷକ ସାଥୀ

ମାସ ମାସ ଧରି ଧର୍ମଶାଳା କୃଷି ବିଭାଗ ସହ ଜିଲ୍ଲା ଉପ କୃଷି ନିର୍ଦ୍ଦେଶକଙ୍କୁ ଜଣାଇଲା ପରେ ଏହା ମିଳିପାରୁନାହିଁ । ଫଳରେ ତୁରନ୍ତ ଏହି ବର୍ଦ୍ଧିତ ପ୍ରାପ୍ୟ ପ୍ରଦାନ ଲାଗି କୃଷକ ସାଥୀମାନେ ଦାବି କରି ଧାରଣା ଦେଇଛନ୍ତି । ଅନ୍ୟପଟେ କୃଷି ଉପ ନିର୍ଦ୍ଦେଶକ କହିଛନ୍ତି ବୈଷୟିକ ତ୍ରୁଟି କାରଣରୁ ତାହା ମିଳିପାରିନାହିଁ । ଖୁବଶୀଘ୍ର ଧର୍ମଶାଳା କୃଷକ ସାଥୀମାନଙ୍କୁ ସେମାନଙ୍କ ବକେୟା ପାଉଣା ପ୍ରଦାନ କରାଯିବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details