ଓଡିଶା

odisha

ETV Bharat / state

ଚାଷୀଙ୍କ ସମସ୍ୟାର ସମାଧାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ - ଜିଲ୍ଲାପାଳଙ୍କ ଅଫିସ ଘେରାଉ

ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି । ଅଧିକ ପଢ଼ନ୍ତୁ

ଚାଷୀ ମାନଙ୍କ ସମସ୍ୟାର ସମାଧାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ
ଚାଷୀ ମାନଙ୍କ ସମସ୍ୟାର ସମାଧାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ

By

Published : May 23, 2022, 9:56 PM IST

ଯାଜପୁର :ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି । କୃଷକ ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଆୟୋଜିତ ଏହି ଚାଷୀ ସମାବେଶରେ ଜିଲାର ବିଭିନ୍ନ ବ୍ଲକରୁ କୃଷକମାନେ ସାମିଲ ହୋଇଥିଲେ । ଓଡିଶାର ୩୬ ଲକ୍ଷ ଚାଷୀଙ୍କୁ ମାସିକ ୫ ହଜାର ଟଙ୍କା ସୁରକ୍ଷା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ୫୦୦ ପରିବର୍ତ୍ତେ ୨୦୦୦ ହଜାର ଟଙ୍କା ପ୍ରଦାନ, ଧାନ ଓ ଅନ୍ୟାନ୍ୟ କୃଷିଜାତର ସାମଗ୍ରୀର ସହାୟକ ମୂଲ୍ୟ ବୃଦ୍ଧି, କାଳିଆ ଯୋଜନାରେ ଅଧିକ ଚାଷୀଙ୍କୁ ସଂପୃକ୍ତ କରିବା ସମେତ ୧୪ ଦଫା ଦାବିରେ ଏହି ଘେରାଉ କରାଯାଇଥିଲା ।

ଚାଷୀ ମାନଙ୍କ ସମସ୍ୟାର ସମାଧାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ

ସଂଗଠନ ପକ୍ଷରୁ ନରସିଂହ ଚୌଧୁରୀ କଲେଜ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କୁ ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାର ଯଦି ଦାବି ଗୁଡିକ ପୂରଣ ନକରନ୍ତି ତା ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details