ଓଡିଶା

odisha

ETV Bharat / state

ଆଖି ଆଗରେ ନଷ୍ଟ ହୋଇଗଲା ଧାନ ଫସଲ, ଜୀବନ ହାରିଲେ ଚାଷୀ - farmers death in jajpur

ଧାନ ଫସଲ ନଷ୍ଟ ଯୋଗୁଁ ଜଣେ ଚାଷୀ ବିଷ ପିଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ଅଧିକ ପଢନ୍ତୁ

farmer died of poisoning
ବିଷ ପିଇ ଜୀବନ ହାରିଲେ ଚାଷୀ

By ETV Bharat Odisha Team

Published : Oct 16, 2023, 7:32 PM IST

ବିଷ ପିଇ ଜୀବନ ହାରିଲେ ଚାଷୀ

ଯାଜପୁର: ରାଜ୍ୟରେ ପୁଣି ଜୀବନ ହାରିଲେ ଚାଷୀ । ଧାନ ଫସଲ ନଷ୍ଟ ଯୋଗୁଁ ଜଣେ ଚାଷୀ ବିଲରେ ବିଷ ପିଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବାଜବାଟି ମୌଜାରେ । ଧାନ ଫସଲ ନଷ୍ଟ ଯୋଗୁଁ ବ୍ୟାପକ କ୍ଷତି ହୋଇଥିବାରୁ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ବାଜବାଟି ଗ୍ରାମର ନିତ୍ୟାନନ୍ଦ ପରିଡା । ଶନିବାର ସନ୍ଧ୍ୟାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଯାଇଛି ।

ସୂଚନା ମୁତାବକ, ବାଜବାଟି ଗ୍ରାମର ନିତ୍ୟାନନ୍ଦ ପରିଡା ଏହି ମୌଜାରେ ଥିବା ୨ ଏକର ଜମିରେ ଋଣ କରି ଧାନଚାଷ କରିଥିଲେ । ସ୍ୱଳ୍ପ ବୃଷ୍ଟିପାତ ସାଙ୍ଗକୁ ଚାଷ ଜମି କଡରେ ଥିବା ଗଭୀର କଳାପଥର ଖାଦାନ ଯୋଗୁଁ ଜମିରେ ପାଣି ନରହି ଖାଦାନକୁ ବୋହିଯାଇଥିଲା । ଫଳରେ ଚାଷଜମି ଶୁଷ୍କ ହୋଇ ଧାନଫସଲ ପ୍ରଭାବିତ ହୋଇଛି । ଗୋଟିଏ ପଟେ ସ୍ୱଳ୍ପ ବୃଷ୍ଟିପାତ ଅନ୍ୟପଟେ ଚାଷଜମିରେ ଜଳସେଚନ ସମସ୍ୟା ଯୋଗୁ ଚାଷଜମି ଗଭୀର ଭାବେ ପ୍ରଭାବିତ ହୋଇଛି ।

ଏହା ବି ପଢନ୍ତୁ...ପୁଣି ଚାଷୀ ଆତ୍ମହତ୍ୟା ! ଋଣ ଭାର ସହି ନ ପାରି କୀଟନାଶକ ବିଷ ପିଇଲେ

ଶନିବାର ପୂର୍ବାହ୍ନରେ ନିତ୍ୟାନନ୍ଦ ଧାନ ଜମିରେ କୀଟନାଶକ ପକାଇବା ପାଇଁ ଯାଇଥିବାବେଳେ ଧାନଫସଲ ନଷ୍ଟ ହୋଇଥିବା ଦେଖି ସେ ସେହିଠାରେ ଜୀବନ ହାରିଥିଲେ । ସ୍ଥାନୀୟ ଲୋକେ ଏହା ଦେଖିବା ପରେ ତାଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲେ । ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ତେବେ ଏଭଳି ଘଟଣା ରାଜ୍ୟ ପାଇଁ ନୂଆ ନୁହେଁ । ରାଜ୍ୟରେ କେତେବେଳେ ପ୍ରାକୃତିକ ଦୁର୍ବିପାକ ଯୋଗୁ ତ ଆଉ କେତେବେଳେ ସ୍ବଳ୍ପ ବର୍ଷାଯୋଗୁ ଚାଷୀକୁ କ୍ଷତି ସହିବାକୁ ଡିଥାଏ । ଧାର କରଜ କରି ଚାଷ କରିଥିବା ଚାଷୀଙ୍କୁ ଘାରିଥାଏ ଋଣ ପରିଶୋଧ ଚିନ୍ତା । ଯେଉଁଥିପାଇଁ କିଛି ଉପାୟ ନକରି ଚାଷୀ ଏଭଳି ଜୀବନ ହାରିଥିବାର ନଜିର ରହିଛି । ସରକାର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଥିବା ନେଇ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details