ଯାଜପୁର: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ଚାଷୀ ଜାଗରଣ ସମାବେଶ । ଯାଜପୁର ଜିଲା ସିଂହପୁର କାଳିପଡିଆ ଠାରେ ଚାଷୀ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷକ ନେତା ଶେଷଦେବ ନନ୍ଦ, ନିମାଇଁ ରାୟ ଏବଂ ଦୂର୍ଗାପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର କାଳିଆ ଯୋଜନା ପାଇଁ ଚାଷୀଙ୍କୁ ଦେଇଥିବା ପ୍ରତିଶୃତିକୁ ପୂରଣ କରିନଥିବା କହିଥିଲେ ।
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଜାଗରଣ ସମାବେଶ - ଯାଜପୁର ଖବର
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଜାଗରଣ ସମାବେଶ । ଯାଜପୁର ଜିଲା ସିଂହପୁର କାଳିପଡିଆ ଠାରେ ଆୟୋଜିତ ହୋଇଛି ଏହି ସମାବେଶ । ଅଧିକ ପଢନ୍ତୁ...
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଜାଗରଣ ସମାବେଶ
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଜାଗରଣ ସମାବେଶ
ଏହାର ପ୍ରତିବାଦରେ ସାରା ରାଜ୍ୟରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଆଗାମୀ ୨୬ ତାରିଖରେ ବରୁହାଁ ଠାରେ ଜିଲାସ୍ତରୀୟ ଚାଷୀ ସମ୍ମିଳନୀରେ ଏହାର ଦୃଢ ପ୍ରତିବାଦ କରାଯିବାକୁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ପ୍ରତିଗାଁରୁ ଜଣେ ଲେଖାଏଁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଜିଲାସ୍ତରୀୟ ସମ୍ମିଳନୀକୁ ସଫଳ କରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ