ଓଡିଶା

odisha

ETV Bharat / state

80 ବର୍ଷର ପରମ୍ପରା ରାହାସ କୁଞ୍ଜ, କମ୍ପୁଛି ହରିପୁର - famous haripur rahasa yatra

ଯାଜପୁର ହରିପୁରର ପ୍ରସିଦ୍ଧ ରାହାସ ଯାତ୍ରା । ଏହି ରାହାସ ଯାତ୍ରାର ମୁଖ୍ୟ ଆକର୍ଷଣ ହେଲା ରାହାସ କୁଞ୍ଜ । କୁଞ୍ଜ ସାଜସଜାରେ ଗୋପୀନାଥପୁର ମନ୍ଦିରର ଅନେକ କିଛି ସ୍ବତନ୍ତ୍ରତା ରହିଛି। ଅଧିକ ପଢନ୍ତୁ...

ହରିପୁରର ପ୍ରସିଦ୍ଧ ରାହାସ ଯାତ୍ରା

By

Published : Nov 17, 2019, 11:22 PM IST

ଯାଜପୁର: ଆରମ୍ଭ ହୋଇଛି ଯାଜପୁର ହରିପୁରର ପ୍ରସିଦ୍ଧ ରାହାସ ଯାତ୍ରା । ଏହି ରାହାସ ଯାତ୍ରାର ମୁଖ୍ୟ ଆକର୍ଷଣ ହେଲା ରାହାସ କୁଞ୍ଜ । ଯାହା ରାହାସ ପୂର୍ଣ୍ଣମୀ ଠାରୁ ହିଁ ଆରମ୍ଭ ହୋଇଥାଏ । ହରିପୁରର ରାହାସ ବିହାରୀ ମଠ ଓ ବୃନ୍ଦାବନ ଚନ୍ଦ୍ର ମଠ ଏବଂ ନରସିଂହପୁରର ଠାକୁର ଦାସ ମଠରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପାଳିତ ହୋଇଛି କୁଞ୍ଜ ମହୋତ୍ସବ । ସେହିପରି ଗୋପୀନାଥପୁର ଡିହସାହିରେ ଆୟୋଜିତ ବହୁ ପୁରାତନ କୁଞ୍ଜଉତ୍ସବ । କୁଞ୍ଜ ସାଜସଜାରେ ଗୋପୀନାଥପୁର ମନ୍ଦିରର ଅନେକ କିଛି ସ୍ବତନ୍ତ୍ରତା ରହିଛି।

ହରିପୁରର ପ୍ରସିଦ୍ଧ ରାହାସ ଯାତ୍ରା

ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତିରେ ରାଧାକୃଷ୍ଣ, ବାଳଗୋପାଳ, ଜଗନ୍ନାଥ-ବଳଭଦ୍ର-ସୁଭଦ୍ରା, ନିତାଇ ଗୌରାଙ୍ଗ ଓ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ପୂଜାର୍ଚ୍ଚନା କରାଯାଉଛି । କିମ୍ବଦନ୍ତୀ ଅନୁସାରେ, ପଞ୍ଚଦଶ ଶତାଦ୍ଦୀରେ ଶ୍ରୀ ଚୈତନ୍ୟ ଦେବ ଶ୍ରୀକ୍ଷେତ୍ର ପୁରୀକୁ ଯାତ୍ରା କରୁଥିବା ସମୟରେ ସେ ଏହି ହରିପୁର ଠାରେ କିଛି ସମୟ ଅତିବାହିତ କରିଥିଲେ । ଏହି ସ୍ବଳ୍ପ ସମୟ ମଧ୍ୟରେ ସ୍ଥାନୀୟ ଅଞ୍ଚଳର କିଛିଲୋକ ଶ୍ରୀଚୈତନ୍ୟଙ୍କ ସଂସ୍ପର୍ଶରେ ଆସି ରାଧାକୃଷ୍ଣ ପ୍ରେମରେ ନିଜକୁ ଉତ୍ସର୍ଗ କରି ତାଙ୍କର ସାନିଧ୍ୟ ଲାଭ କରିଥିଲେ । ସେହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଏଠାକାର ପ୍ରାୟ 5-6ଟି ମନ୍ଦିରରେ କୁଞ୍ଜ ଉତ୍ସବ ପାଳିତ ହୋଇଆସୁଛି ।

80ବର୍ଷରୁ ରାହାସ ଯାତ୍ରା ପାଳି ଆସୁଛି ହରିପୁର । ସେହିପରି ମନୋରଞ୍ଜନ ପାଇଁ ମଧ୍ୟ ମୀନାବଜାର ସାଙ୍ଗକୁ ସୁସ୍ବାଦୁ ଖାଦ୍ୟ ଓ ଅପେରାର ମଜା ନେଉଛନ୍ତି ଅଞ୍ଚଳବାସୀ ।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details