ଓଡିଶା

odisha

ETV Bharat / state

ଏବର୍ଷ ହେବନି ବ୍ୟାସ ସରୋବର ମେଳା - ଯାଜପୁର ଖବର

କୋରୋନା ପାଇଁ ହେବନି ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ମେଳା । ଏନେଇ ଯାଜପୁର ପୌର ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

କୋଭିଡ ପାଇଁ ବନ୍ଦ ବ୍ୟାସ ସରୋବର ମେଳା
କୋଭିଡ ପାଇଁ ବନ୍ଦ ବ୍ୟାସ ସରୋବର ମେଳା

By

Published : Feb 7, 2022, 7:01 PM IST

ଯାଜପୁର:କୋରୋନା ପାଇଁ ହେବନି ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ମେଳା । ଏନେଇ ଯାଜପୁର ପୌର ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ପ୍ରତିବର୍ଷ ଯାଜପୁର ରୋଡରେ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଅତି ଧୁମଧାମରେ ପୌର ପରିଷଦ ପକ୍ଷରୁ ପାଳିତ ହୋଇଥାଏ ।

କୋଭିଡ ପାଇଁ ବନ୍ଦ ବ୍ୟାସ ସରୋବର ମେଳା

ଏହାବି ପଢନ୍ତୁ :ବାରଣ ସତ୍ତ୍ବେ ହିଜାବ ଓ ଗେରୁଆ ଗାମୁଛାରେ ସ୍କୁଲ ଆସିଲେ ଛାତ୍ରଛାତ୍ରୀ, ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଏହି ମେଳା ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଲୋକଙ୍କ ଆଗମନ ହେଇଥାଏ। ମାତ୍ର ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଏହି ମେଳା ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ପୌର ପରିଷଦ। ତେବେ କେବଳ ପରମ୍ପରା ବଞ୍ଚେଇବା ପାଇଁ ଗୋଟେ ଦିନ ପୂଜାର୍ଚ୍ଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ସୂଚନା ଦେଇଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details