ଓଡିଶା

odisha

ETV Bharat / state

ଝିଅକୁ ନ୍ୟାୟ ଦାବିରେ ଏସପିଙ୍କ ଦ୍ବାରସ୍ଥ ହେଲେ ପୀଡିତ ପରିବାର - murder of bride Jajpur SP

ଯାଜପୁର ନବବଧୂ ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଏସପିଙ୍କ ଦ୍ବାରସ୍ଥ ହେଲା ପରିବାର । ଅଧିକ ପଢନ୍ତୁ...

family went to Jajpur SP to demand arrest of all the accused in murder of bride
ବଧୂ ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ଏସପିଙ୍କ ଦ୍ବାରସ୍ତ ହେଲା ପରିବାର

By

Published : Nov 8, 2021, 5:49 PM IST

ଯାଜପୁର:କୁରୁପଦା ଗାଁର ନବବଧୂ ହତ୍ୟା ଘଟଣା । ବଧୂହତ୍ୟା ଅଭିଯୋଗର ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବି କଲା ପରିବାର । ଏନେଇ ସୋମବାର ମୃତକଙ୍କ ପରିବାର ପକ୍ଷରୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପାଣିକୋଇଲି ସ୍ଥିତ ଏସପିଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

ବଧୂ ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ଏସପିଙ୍କ ଦ୍ବାରସ୍ତ ହେଲା ପରିବାର

ସୂଚନା ଅନୁଯାୟୀ ଗତ କିଛିଦିନ ପୂର୍ବରୁ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ କୁରୁପଦା ଗାଁରେ ନବବଧୂ ହିରାବତୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏନେଇ ଶାଶୁଘର ଲୋକେ ଫୋନକରି ହିରାବତୀଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ । ମୃତ ହୀରାବତୀଙ୍କ ପରିବାର ଲୋକେ ଏହାକୁ ବିଶ୍ଵାସ ନକରି ତାଙ୍କୁ ହତ୍ୟା କରାଯାଇଥିବା ପାଣିକୋଇଲି ଥାନାରେ ହୀରାବତୀଙ୍କ ବାପା ସନ୍ତୋଷ କୁମାର ପାଲ ଅଭିଯୋଗ କରିଥିଲେ । ମୃତକଙ୍କ ସ୍ବାମୀ ପ୍ରଭାତ ସାମଲ ଓ ଶଶୁର ବିଦ୍ୟାଧର ସାମଲଙ୍କ ସମେତ ୭ ଜଣଙ୍କ ନାଁରେ ହତ୍ୟା ଅଭିଯୋଗ କରିଥିଲେ। ତେବେ ପାଣିକୋଇଲି ପୋଲିସ ପକ୍ଷରୁ ୨୮୯/୨୧ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ପ୍ରାଥମିକ ତଦନ୍ତ ଅନୁଯାୟୀ ନବବଧୂ ହୀରାବତୀଙ୍କ ସ୍ବାମୀ ଓ ଶଶୁରକୁ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ହୀରାବତୀଙ୍କ ଶାଶୁଙ୍କ ସମେତ ଆଉ ୪ ଅଭିଯୁକ୍ତଙ୍କୁ ପାଣିକୋଇଲି ପୋଲିସ ଛାଡ଼ିଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ। ତେବେ ଆଜି ନ୍ୟାୟ ଦାବିରେ ମୃତ ହୀରାବତୀଙ୍କ ବାପା, ମାଆଙ୍କ ସମେତ ସମସ୍ତ ପରିବାର ଲୋକେ ପାଣିକୋଇଲି ସ୍ଥିତ ଏସପିଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି। ଯାଜପୁର ଏସପି ରାହୁଲ ପିଆରଙ୍କୁ ଭେଟି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ସେପଟେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details