ଯାଜପୁର: ଜଣେ ନାବାଳିକାଙ୍କ ଅପହରଣକାରୀଙ୍କୁ ଗିରଫ ପାଇଁ ଥାନା ସମ୍ମୁଖରେ ଧାରଣା ଦେଲେ ପୀଡିତାଙ୍କ ପରିବାର । ଯାଜପୁର ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି କିଛି ଅଭାବାନୀୟ ଦୃଶ୍ୟ । ଦଶରଥପୁର ବ୍ଲକରେ ଜଣେ ନାବାଳିକାଙ୍କୁ ଯୁନ୍ଦୁପୁର ଗାଁରେ ଜଣେ ଯୁବକ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ହେଲେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ।
ଯୁନ୍ଦୁପୁର ଗାଁର ଗଣେଶପ୍ରସାଦ ଦାସଙ୍କ ପୁଅ ପିଣ୍ଟୁ ଦାସ ନାବାଳିକଙ୍କୁ ଅପହରଣ କରିଥିବା ମଙ୍ଗଳପୁର ଥାନାରେ ଅଭିଯୋଗ ଅଭିଯୋଗ ହୋଇଛି । ଘଟଣାକୁ ଅନେକ ଦିନ ବିତି ଯଇଥିଲେ ସୁଦ୍ଧା ଆଜିଯାଏଁ ଅଭିଯୁକ୍ତର ଟେର ପାଉନି ମଙ୍ଗଳପୁର ପୋଲିସ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ନାବାଳିକାଙ୍କ ପରିବାର ଲୋକେ ।