ଓଡିଶା

odisha

ETV Bharat / state

ଚିକିତ୍ସାଧିନ ଅବସ୍ଥାରେ ଶିଶୁକନ୍ୟା ମୃତ୍ୟୁ: ଅବହେଳା ଅଭିଯୋଗ, ମେଡିକାଲ ପରିସରରେ ଚାପା ଉତ୍ତେଜନା - ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ 5ବର୍ଷର ଶିଶୁକନ୍ୟା ମୃତ୍ୟୁ ଅଭିଯୋଗ । ଘଟଣାକୁ ନେଇ ମେଡିକାଲରେ ଭଙ୍ଗାରୁଜା ଓ ଉତ୍ତେଜନା । ଅଧିକ ପଢ଼ନ୍ତୁ

ଚିକିତ୍ସାରେ ଅବହେଳା ପାଇଁ ଚାଲିଗଲା ଜୀବନ !
ଚିକିତ୍ସାରେ ଅବହେଳା ପାଇଁ ଚାଲିଗଲା ଜୀବନ !

By ETV Bharat Odisha Team

Published : Sep 24, 2023, 5:30 PM IST

ଚିକିତ୍ସାରେ ଅବହେଳା ପାଇଁ ଚାଲିଗଲା ଜୀବନ !

ଯାଜପୁର: ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ 5ବର୍ଷର ଶିଶୁକନ୍ୟା ମୃତ୍ୟୁ । ଘଟଣାକୁ ନେଇ ମେଡିକାଲରେ ଭଙ୍ଗାରୁଜା କରିବା ସହ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଶିଶୁର ମୃତ୍ୟୁ ପାଇଁ ଚିକିତ୍ସାଜନିତ ତୃଟିକୁ ଦାୟୀ କଲେ ସ୍ଥାନୀୟଲୋକ । ଭୁଲ ଇଞ୍ଜେକସନ ପ୍ରୟୋଗ ଯୋଗୁଁ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଲା ପରିବାର । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁରର ବରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁରରେ ।

ସୂଚନା ଅନୁଯାୟୀ, ଶିଶୁଟିକୁ ଜ୍ବର ହୋଇଥିଲା । ଶିଶୁଟିକୁ ଜ୍ବର ଅଧିକ ହେବାରୁ ମେଡିକାଲ ଆଣିଥିଲେ ପରିବାର ଲୋକେ । ତେବେ କୌଣସି ପରୀକ୍ଷା ନିରୀକ୍ଷା ନକରି ଏଠାରେ କାର୍ଯ୍ୟରତ ଜଣେ ଆୟୁଷ ଡାକ୍ତରଙ୍କ ଦ୍ବାରା ଶିଶୁକୁ ଏକ ଆଣ୍ଟିବାୟୋଟିକ ଇଞ୍ଜେକସନ ଦିଆଯାଇଥିଲା । ଇଞ୍ଜେକସନ ନେବା ପରେ ପରେ ଶିଶୁଟିର ପ୍ରବଳ ଝାଡାବାନ୍ତି ହେବା ସହ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିବା ଅଭିଯୋଗ ହୋଇଛି । ଚିକିତ୍ସା ଅବହେଳାରୁ ଶିଶୁ କନ୍ୟାର ଜୀବନ ଯାଇଥିବା ପରିବାର ଅଭିଯୋଗ କରିବା ସହ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ମୃତ ଶିଶୁକନ୍ୟାଟି ଅଲିପୁର ଗ୍ରାମର ବିରଞ୍ଚି ଗେଡିଙ୍କ ଝିଅ ଅର୍ପିତା ବୋଲି ଜଣାପଡିଛି । ଉତ୍ତେଜିତ ଲୋକେ ଘଟଣାକୁ ନେଇ ମେଡିକାଲ ସାମଗ୍ରୀ ଭଙ୍ଗାରୁଜା କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇଁ ପୋଲିସ ଓ ମେଡିକାଲ କର୍ତ୍ତୃପକ୍ଷ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ...ଚିକିତ୍ସାରେ ଅବହେଳା ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ

ତେବେ ନିକଟରେ ବଲାଙ୍ଗୀରରୁ ମଧ୍ୟ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଚିକିତ୍ସାରେ ଅବହେଳା ଯୋଗୁଁ ନାବାଳକର ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଥିଲେ । ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ସୂଚନା ଅନୁଯାୟୀ, ସିକ୍‌ଲିଂ ରୋଗରେ ପୀଡିତ ଥିବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ 15 ବର୍ଷର ବାଳକ ଦିନେଶ । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବାର 12 ଘଣ୍ଟା ପର୍ଯ୍ୟନ୍ତ ଡାକ୍ତର ପୁଅର ଚିକିତ୍ସା କରି ନଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ସେପଟେ ପରବର୍ତ୍ତୀ ସମୟରେ ଡ଼ାକ୍ତର ନାବାଳକଙ୍କ ଦେହରେ ରକ୍ତ କମ ଥିବା କହିବା ସହ ଇଞ୍ଜେକସନ ଦେବାକୁ କହିଥିଲେ । କିନ୍ତୁ ସେଠାରେ ଦାୟିତ୍ୱରେ ଥିବା ଜଣେ ନର୍ସଙ୍କୁ ଦେଢ଼ ଘଣ୍ଟା ବିଳମ୍ବରେ ନାବାଳକକୁ ଇଞ୍ଜେକସନ ହେଇଥିବା ପରିବାର ଅଭିଯୋଗ କରିଥିଲେ । ଏହାପରେ ଇଞ୍ଜେକସନ ହେବାର କିଛି ସମୟ ପରେ ନାବାଳକର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details