ଓଡିଶା

odisha

ETV Bharat / state

ସାଂଘାତିକ ଠକେଇ: ବ୍ୟକ୍ତି ଜଣେ ପରିଚୟ ଅନେକ, ଅଭିଯୋଗ ପରେ ପୋଲିସର ଖୋଳତାଡ

ବ୍ୟକ୍ତି ଜଣେ। ପରିଚୟ ପତ୍ର ଅନେକ। କିଛି ପରିଚୟ ପତ୍ରରେ ଓଡିଶାର ବାସିନ୍ଦା ହୋଇଥିବା ବେଳେ କିଛି ପରିଚୟ ପତ୍ରରେ ପଶ୍ଚିମବଙ୍ଗର ବାସିନ୍ଦା । ଏମିତି ଠକେଇ କରି ଏକାଧିକ ଯୁବତୀଙ୍କୁ ମଧ୍ୟ ବିବାହ କରିଛନ୍ତି। କେଉଁଠି ମୁସଲିମ ତ କେଉଁଠି ହିନ୍ଦୁ ଯୁବତୀଙ୍କୁ କରିଛନ୍ତି ବିବାହ। ପଢନ୍ତୁ ଅଧିକ...

PHOTO
jajpur

By

Published : Dec 21, 2019, 6:12 PM IST

ଯାଜପୁର: ଜଣେ ବ୍ୟକ୍ତିଙ୍କ ରହିଛି ଏକାଧିକ ପରିଚୟ ପତ୍ର। ଦୁଇଟି ଆଧାର କାର୍ଡ ରହିଛି ଏହି ବ୍ୟକ୍ତିଙ୍କର । ଏମିତି ଏଭଳି ଏକ ସମ୍ବେଦନଶୀ ଅଭିଯୋଗ ଆସିଛି ଯାଜପୁରର ଜିଲ୍ଲାରୁ। ଗୋଟିଏ ଆଧାର କାର୍ଡରେ ମୁସଲମାନ ସମ୍ପ୍ରଦାୟର ହୋଇଥିବା ବେଳେ ଅନ୍ୟଟିରେ ହିନ୍ଦୁ। ଯାଜପୁର ବ୍ୟାସନଗର ଚୋରଦା ଅଞ୍ଚଳରେ ରହୁଥିବା ବିଟୁ ବିଶ୍ବାସଙ୍କ ନାଁରେ ଆସିଛି ଏମିତି ଅଭିଯୋଗ ।

ଅଭିଯୋଗ ଅନୁସାରେ ବିଟୁ ବିଶ୍ବାସଙ୍କ ସମାନ ଆଧାର ନମ୍ବର ଥିବା ଆଉ ଏକ ଆଧାର କାର୍ଡ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳରେ ରହିଛି। ଏହାସହ ସେହି ଠିକଣାରେ ଏକ ଭୋଟ ପରିଚୟ ପତ୍ର ରହିଛି। ବିଟୁ ବିଶ୍ବାସ ୨୦୧୭ ମସିହାରେ ଭଦ୍ରକରେ ଏକ ମନ୍ଦିରରେ ବିବାହ କରିଥିବା ବେଳେ ୨୦୧୮ ମସିହାରେ କିଣିଥିବା ବୋଲେରୋ ଗାଡିଟି ସେକ ସୋଲେମାନ ନାଁରେ କିଣିଛନ୍ତି। ଏଭଳି ସାଂଘାତିକ ଘଟଣା ସମ୍ପର୍କରେ ବଜରଙ୍ଗ ଦଳ ପକ୍ଷରୁ ଯାଜପୁର ରୋଡ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ବିଟୁ ଓରଫ ସୋଲେମାନଙ୍କୁ ଅଟକ ରଖି ପଚାରାଉଚୁରା କରୁଛି।

ଅଭିଯୋଗ ଅନୁସାରେ ଆଧାରକାର୍ଡ ନଂ ୮୯୭୭୨୭୨୯୧୯୬୭, ଏହି ଗୋଟିଏ ନମ୍ବରରେ ରହିଛି ଦୁଇ ଜଣଙ୍କ ନାଁ। ପ୍ରଥମ କାର୍ଡରେ ସେକ ସୁଲେମାନଙ୍କ ନାଁରେ ରହିଛି । ଠିକଣା ରହିଛି ପଶ୍ଚିମବଙ୍ଗର ମୁର୍ଶିଦାବାଦ। ଦ୍ବିତୀୟ କାର୍ଡ ସେହି ସମାନ ନମ୍ବର ଥିବାବେଳେ ନା ରହିଛି ବିଟୁ ବିଶ୍ବାସ। ଠିକଣା ଯାଜପୁର ବ୍ୟାସନଗରର ଚୋରଦା ଅଞ୍ଚଳ। ଆହୁରି ସମ୍ବେଦନଶୀଳ କଥା ହେଉଛି ବିଟୁ ନିଜେ ୨୦୧୭ ମସିହାରେ ଭଦ୍ରକ ଜିଲାର ଏକ ମନ୍ଦିରରେ ବିବାହ କରିଥିଲେ ଜଣେ ହିନ୍ଦୁ ଝିଅଙ୍କୁ। ହେଲେ ଆଶ୍ଚର୍ଯ୍ୟର କଥା ୨୦୧୮ ମସିହାରେ ସେ କିଣିଥିବା ବୋଲେରୋରେ ରହିଛି ସେଖ ସୋଲେମାନଙ୍କ ନାଁରେ। କେବଳ ସେତିକି ନୁହେଁ ଉଭୟ ନାଁରେ ବ୍ୟାସନଗର ସହରରେ ରହିଛି ଏକାଧିକ ପ୍ଲଟ ଓ ଗାଡି। ଏଭଳି ଅଭିଯୋଗ ସମ୍ପର୍କରେ ବଜରଙ୍ଗ ଦଳ ପକ୍ଷରୁ ଯାଜପୁରରୋଡ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ବ୍ୟକ୍ତି ଜଣେ ପରିଚୟ ଅନେକ, ଅଭିଯୋଗ ପରେ ପୋଲିସର ଖୋଲତାଡ


ବଜରଙ୍ଗ ଦଳ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ବିଟୁ ଓରଫ ସୋଲେମାନ ନିଜକୁ ଭିନ୍ନ ଭିନ୍ନ ପରିଚୟ ଦେଇ ଏକାଧିକ ଯୁବତୀଙ୍କୁ ବିବାହ କରି ପ୍ରତାରିତ କରିଛି । ଏଭଳି ଜାଲ ଆଧାରକାର୍ଡ ପ୍ରସ୍ତୁତି ଓ ଏକାଧିକ ଯୁବତୀଙ୍କୁ ବିବାହ ଘଟଣାରେ ବଡ ରାକେଟ କାମ କରୁଥିବା ଅଭିଯୋଗ କରିଛି ସଙ୍ଗଠନ। ପୂର୍ବରୁ ଏଭଳି ଘଟଣା ଯାଜପୁର ଜିଲାରେ ଘଟୁଥିଲେ ହେଁ ପୋଲିସ ଏଥିପ୍ରତି ଦୃଷ୍ଟିନଦେବାରୁ ଏଭିଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ କରିଛନ୍ତି ବଜରଙ୍ଗ ଦଳ। ପୋଲିସ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ବିଟୁ ବିଶ୍ବାସକୁ ନିଜ ହେପାଜତକୁ ନେଇ ପଚରାଉଚୁରା ଜାରି ରଖିଛି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ ଏ ସମ୍ପର୍କରେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details