ଓଡିଶା

odisha

ETV Bharat / state

ବୈତରଣୀ ବନ୍ୟାରେ ଦଶରଥପୁର ବ୍ଲକର ବ୍ୟାପକ କ୍ଷୟକ୍ଷତି, ୧୫୭ ଗାଁ ପ୍ରଭାବିତ - jajpur flood news

ଦଶରଥପୁର ବ୍ଲକରେ ବୈତରଣୀ ନଦୀ ଦ୍ବାରା ବ୍ୟାପକ କ୍ଷୟକ୍ଷତି । ୩୫ ପଞ୍ଚାୟତ ସହ ୧୫୭ ଗାଁ ପ୍ରଭାବିତ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ରିଲିଫ ସାମଗ୍ରୀ ପହଞ୍ଚାଇନଥିବା ଅଭିଯୋଗ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ବୈତରଣୀ ବନ୍ୟାରେ ଦଶରଥପୁର ବ୍ଲକର ବ୍ୟାପକ କ୍ଷୟକ୍ଷତି, ୩୫ ପଞ୍ଚାୟତ ୧୫୭ ଗାଁ ପ୍ରଭାବିତ
ବୈତରଣୀ ବନ୍ୟାରେ ଦଶରଥପୁର ବ୍ଲକର ବ୍ୟାପକ କ୍ଷୟକ୍ଷତି, ୩୫ ପଞ୍ଚାୟତ ୧୫୭ ଗାଁ ପ୍ରଭାବିତ

By

Published : Aug 31, 2020, 5:25 PM IST

ଯାଜପୁର: ଜିଲ୍ଲାର ଦଶରଥପୁର ବ୍ଲକରେ ବୈତରଣୀ ନଦୀ ଦ୍ବାରା ବ୍ୟାପକ କ୍ଷୟକ୍ଷତି ଘଟିଛି । ବ୍ଲକର ଦତପୁର ଗ୍ରାମରେ ସୃଷ୍ଟି ହୋଇଥିବା ଘାଇ ଯୋଗୁଁ ଆଖ ପାଖ ଅଞ୍ଚଳ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ।

ବୈତରଣୀ ବନ୍ୟାରେ ଦଶରଥପୁର ବ୍ଲକର ବ୍ୟାପକ କ୍ଷୟକ୍ଷତି, ୩୫ ପଞ୍ଚାୟତ ୧୫୭ ଗାଁ ପ୍ରଭାବିତ

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ୩୫ଟି ପଞ୍ଚାୟତର ୧୫୭ ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ପ୍ରାୟ ୫୧୮୯ ହେକ୍ଟର ଚାଷ ଜମି ଉଭୟ ବର୍ଷା ଓ ବନ୍ୟା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ରିଲିଫ ସାମଗ୍ରୀ ପହଞ୍ଚି ନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଗାଁରେ ବନ୍ୟାର ସୁଅ ଲାଗି ରହିଛି । ଫଳରେ ଘର ଛାଡି ଲୋକେ ଉଚ୍ଚସ୍ଥାନରେ ଆଶ୍ରୟ ନେଇଛନ୍ତି ।

ଲୋକଙ୍କୁ ପିଇବା ପାଣି ପାଇବା ପାଇଁ ଦୂର ଦୂରାନ୍ତକୁ ଯିବାକୁ ପଡୁଛି । ଏହି ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ କୂଳ । ବନ୍ୟା ଫଳରେ ସପୂର୍ଣ୍ଣ ଚାଷ କାର୍ଯ୍ୟ ଉଜୁଡି ଯାଇଛି । ତେଣୁ ତୁରନ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details