ଯାଜପୁର:ଯାଜପୁର ଜିଲ୍ଲା ବଡଚଣା ବ୍ଲକରେ ଥିବା କଡାଇ, ଇନାୟତନଗର ଓ ଗଣାସ ଗାଁର ଚାଷ ଜମିରୁ ପାଣି ନିଷ୍କାସନ ନହେବା ଫଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ଫଳରେ କୃଷକମାନେ ନାହିଁ ନଥିବା କ୍ଷତିର ଶିକାର ହୋଇଛନ୍ତି।
ବଡଚଣା ବ୍ଲକରେ UMSL କମ୍ପାନୀ ଯୋଗୁଁ ଚାଷରେ ବ୍ୟାପକ କ୍ଷୟକ୍ଷତି ଅଭିଯୋଗ
ବଡଚଣା ବ୍ଲକରେ ଥିବା କଡାଇ, ଇନାୟତନଗର ଓ ଗଣାସ ଗାଁର ଚାଷ ଜମିରୁ ପାଣି ନିଷ୍କାସନ ନହେବା ଫଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । UMSL କମ୍ପାନୀ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ପ୍ରଲୋଭିତ କରିବା ସହିତ ଧମକ ଚମକ ଦେଇ ଜମି ହାତେଇ ନେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...
ଏହି ଅଞ୍ଚଳରେ UMSL କମ୍ପାନୀ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ପ୍ରଲୋଭିତ କରିବା ସହିତ ଧମକ ଚମକ ଦେଇ ଜମି ହାତେଇ ନେଇଥିବା ଅଭିଯୋଗ ହୋଇଛି । କମ୍ପାନୀ ବିଭିନ୍ନ ସ୍ଥାନରେ ବନ୍ଧ ନିର୍ମାଣ କରିବା ଫଳରେ ଜମି ଗୁଡିକରୁ ଜଳ ନିଷ୍କାସନ ହୋଇପାରୁନଥିବା ଦର୍ଶାଯାଇଛି । ତେଣୁ ଏହି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଆଜି(ଶନିବାର) ଗ୍ରାମବାସୀଙ୍କ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେପଟେ ଏ ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ